#Breaking News

ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ଜଳାଭିଷେକ ଉତ୍ସବ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ର ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଆଜି ଭୋର ସକାଳୁ ମାଁ ସମଲେଶ୍ଵରୀ ଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାଳୁ ମାଁ ଙ୍କ ସ୍ବତନ୍ତ୍ର ପୂଜା ପରେ ଭକ୍ତମାନେ ଗଙ୍ଗା ଜଳରେ ଅଭିଷେକ କରି ଦର୍ଶନ କରିଥିଲେ। ମଧ୍ୟାହ୍ନ ରେ ଚଣ୍ଡୀ ହୋମ ହେବା ସହ ମାଁ ଙ୍କ ଠାରେ ଛପନ ଭୋଗ ଅର୍ପଣ କରାଯାଏ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। ଅପରାହ୍ନ ରେ ପୂର୍ଣ୍ଣାହୁତି ସହ ସାମୁହିକ ଆଶିର୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ଙ୍କ ଚୈତ୍ର ଜଳାଭିଷେକ ଉତ୍ସବ ପାଳନ ପାଇଁ ଆଜି ଦିନ ତମାମ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା।

Leave a comment

Your email address will not be published. Required fields are marked *