#Breaking News #District

କନ୍ଧମାଳ ର ବାରୀ କୁମ୍ଫା ଓ ଗୋଛାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏନକ୍ୟୁଏଏସ ପୁରସ୍କାର

,
ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାର ବାରିକୁମ୍ପା ଓ ଗୋଛାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ( ନ୍ୟାସନାଲ କ୍ଵାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ ) ଏନକ୍ୟୁଏଏସ ପୁରସ୍କାର ମିଳିଛି ।ଜାତୀୟ ଗୁଣାତ୍ମକ ମାନକ ତଥା ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଭାରତ ସରକାର ସ୍ଵାସ୍ଥ୍ୟ ଓ ପରୀବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଗୁଣବତ୍ତା କମିଟି ଦ୍ଵାରା ମନୋନୀତ ହେବା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଦୁଇ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନଙ୍କ ଦିବାରାତ୍ର ରୋଗୀସେବା ଉତ୍ତମ ବ୍ୟବହାର , ପରିସ୍କାର ପରିଛନ୍ନତା ଯୋଗୁଁ ପୂର୍ବରୁ ମଧ୍ୟ କାୟା କଳ୍ପ ପୁରସ୍କାର ମିଳିଥିଲା ।
ଏବେ ପୁଣି ଜାତୀୟ ସ୍ତରର ପୁରସ୍କାର ପାଇବ। ପରେ ଅଧିକ ନିଷ୍ଠା ଓ ଆନ୍ତରୀ କତାର ସହ କାର୍ଯ୍ୟ କରିବା ଲାଗି ପ୍ରେରଣା ମିଳିବ ବୋଲି ବାରୀକୁମ୍ଫା ଡାକ୍ତର ତଥା ମେଡିକାଲ ଅଫିସର ଡାକ୍ତର ପିୟୁଷ ମୋହନ ସାମଲ କହିଛନ୍ତି ।
ଗତକାଲି ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲୀ ସ୍ୱାସ୍ଥ୍ୟ ସମିତି କାର୍ଯକାରିଣୀ ବୈଠକ ରେ ବାରିକୁମ୍ପା ସ୍ୱାସ୍ଥ୍ୟ କେନ୍ଦ୍ରୁ ରଡାକ୍ତର ସାମଲ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ପ୍ରଦାନ ବେଳେ ଖଜୁରୀପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନିମାଇଁ ଚରଣ ବିଶି, ଫର୍ମାସିଷ୍ଟ ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *