#Breaking News

ଆଜାଦି କା ଅମୃତ ମହୋତ୍ସବ;ସହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲେ ଭାଜପା ଯୁବ ମୋର୍ଚ୍ଚା


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ସହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରିଥିଲେ । ଏହି ଅବସରରେ ରାଜମାତା ମମତା ସିଂ ବାରିହାଙ୍କ ପାଦ ଧୋଇ ତାଙ୍କୁ ସମ୍ମାନିତ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଶହୀଦ ବୀର ମାଧୋ ସିଂ ଓ ତାଙ୍କ ଚାରି ପୁଅ ହଟେ ସିଂ, କୁଞ୍ଜଳ ସିଂ, ବୈରି ସିଂ, ଐରି ସିଂ କେମିତି ଇଂରେଜ ମାନଙ୍କ ବିପକ୍ଷରେ ଲଢେଇ କରି ସମସ୍ତେ ନିଜର ଜୀବନ ଦେଇଥିଲେ ତାହା ବିଷୟରେ ଅଲୋଚନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ପରିବାରର ଏତେ ଜଣ ସଦସ୍ୟ ଦେଶର ଆଜାଦି ପାଇଁ ଲଢ଼ି ନିଜର ଜୀବନ ଦେବା ବିଶ୍ୱ ଇତିହାସରେ ବିରଳ ଅଟେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ପ୍ରିତେଶ ବହିଦାର, ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ, ଘେସଁ ମଣ୍ଡଳ ସଭାପତି ନିମାଇଁ ସାହୁ, କୁଶ ସାହୁ, ବ୍ରଜ ମୋହନ ନାୟକ, ସୁଜିତ ସରାଫ, ବୀର ମେହେର, ନରେଶ ଅଗ୍ରୱାଲ, ଦିନେଶ ବାରିକ, ରାଜା ମିର୍ଦ୍ଧା, ଅଭୟ ବାଗ, ଚତୁର୍ଭୁଜ ସାହୁ, ମଣ୍ଟୁ ସାବତ, ପୁସ୍ତମ ମେହେର, ୱାରିସ ଖାନ, ନିରୋଜ ମେହେର, ରାଜା ମେହେର ପ୍ରମୁଖ ସାମିଲ ଥିଲେ ।

Leave a comment

Your email address will not be published. Required fields are marked *