#Uncategorized

ରାୟଗଡା ଜିଲ୍ଳା କୋଲନାରା ବ୍ଲକ ଦୁର୍ନୀତିର ଭୂସ୍ବର୍ଗ


ରାୟଗଡା(ଉଲାପ୍ର )ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଏବେ ଦୁର୍ନିତୀର ଭୂସ୍ବର୍ଗ ପାଲଟିଛି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟାରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । ଦୀର୍ଘ ବର୍ଷ ହେବ ଏହି କୋଟି କୋଟି ଟଙ୍କାର ଘୋଟାଲାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଣ୍ଟଘଡା ଯାଉଛି ବୋଲି ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସଂପାଦକ ତଥା ଜିଲ୍ଲା ଆବାହକ ଜନ୍ମୋଜୟ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 2007-08 ଆର୍ଥିକ ବର୍ଷରୁ 2018-19 ପର୍ଯ୍ୟନ୍ତ ବ୍ୟାପକ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ବିଶେଷ କରି 7ଟି ଗୁରୁତ୍ବପୂର୍ଣ୍ଣ ଡକୁମେଣ୍ଟକୁ କୋଲନରା ବିଡିଓ ସୂଚାରୁ ରୂପେ ପରିଚାଳନା କରିନାହାନ୍ତି ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । ସେଥିମଧ୍ୟରୁ ଡିପୋଜିଟ୍ ଲେଜର, ସିକ୍ୟୁରିଟି ଡିପୋଜିଟ୍ ରେଜିଷ୍ଟାର୍, ଲୋନ୍ ରେଜିଷ୍ଟାର୍, ଏଷ୍ଟିମେଟ୍ ରେଜିଷ୍ଟାର, ଏସେଟ୍ରେ ଜିଷ୍ଟାର୍, ଇନଭେଷ୍ଟମେଣ୍ଟ ରେଜିଷ୍ଟାର୍ ଓ ଇ-ମୋଭେବୁଲ୍ ପ୍ରପୋରିଟି ରହିଥିବା କୁହାଯାଇଛି । ଅଡିଟ୍ ରିପୋର୍ଟ ଅନୁଯାୟୀ ପାସ୍ ବୁକ ଓ କେସବୁକ୍ ରେ ଚାଳମେଳ ରହୁନଥିବା କୁହାଯାଇଛି । 2007 ରୁ 2018-19 ଆର୍ଥିକ ବର୍ଷ ମଧ୍ୟରେ 16କୋଟି 89ଲକ୍ଷ 8ହଜାର 582 ଟଙ୍କା ଆଡଭାନ୍ସ୍ ବାବଦକୁ ବିଭିନ୍ନ କର୍ମଚାରୀଙ୍କ ଉପରେ ବାକି ରହିଥିବା କୁହାଯାଇଛି । ସେହିପରି ବ୍ଲକ କର୍ତ୍ତୃପକ୍ଷ ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ର ପ୍ରମାଣ ଦେବାରେ ବିଫଳ ହୋଇଛି । ବ୍ଲକର 28ଗୋଟି ଏକାଉଣ୍ଟ୍ ମଧ୍ୟରୁ ଜମା ହୋଇଥିବା ଟଙ୍କାର ସୁଧ କେଉଁ ବାବଦକୁ କେତେ ଖର୍ଚ୍ଚ ହୋଇଛି ତାହା ମଧ୍ୟ ସଂନ୍ଦେହ ଘେରରେ ଆସୁଛି । ଅନ୍ୟପଟେ ରୟାଲିଟି, ଭେଟ୍, ଆୟ କର ଓ ପ୍ରଫେସନାଲ୍ ଟେକ୍ସ ବାବଦରୁ 7 କୋଟି 96ଲକ୍ଷ 3ହଜାର 494 ଟଙ୍କା ସରକାରଙ୍କୁ ବାକି ଥିବା ରିପୋର୍ଟରେ ଦର୍ଶାଯାଇଛି । ଅଡିଟ୍ ଯାଞ୍ଚ୍ ବେଳେ ଅନେକ କାଗଜପତ୍ର ସଠିକ୍ ନଥିବା ଦେଖିବାକୁ ପାଇଥିବା ବେଳେ 15ଲକ୍ଷ 31 ହଜାର 490 ଟଙ୍କା ପୈଠ ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ଅର୍ଥ ଅନିୟମିତତାରେ ଯେଉଁ ଅଧିକାରୀ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଦ କରିଛି ଆମ୍ ଆଦମୀ ପାର୍ଟି । ନଚେତ୍ ଆଗାମୀ ଦିନରେ ନବୀନ ନିବାସ ଆଗରେ ଧାରଣା ଦିଆଯିବ ବୋଲି ଦଳ ଧମକ ଦେଇଛି । ଅନ୍ୟପଟେ ଏହି ଘଟଣାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିଆ ମିଳିନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଂଗଠନର ସୁଚିତ୍ରା ପାଇକ, ବିଷ୍ଣୁପ୍ରିୟା ଝୋଡିଆ, ଅଞ୍ଜଳି କଣ୍ଡାଗରୀ, ଉମାଚରଣ ଗୌଡ, ଚକ୍ରଧର ମହାପାତ୍ର ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *