#Breaking News

ମୁନ ଟିଭିର ନୂଆ ଚଳଚ୍ଚିତ୍ର ପ୍ରେମ କେବେ ହରେନା

ଭୁବନେଶ୍ୱର,(ଉଲାପ୍ର) କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, ଲଭ ଫିବରର ପୋଷ୍ଟର ରିଲିଜ୍, ଲଭ ଇମ୍ପସିବୁଲର ଅଡିଓ ରିଲିଜ଼, ଲଭ 420 ଓ ତୁ ସେଇ ନୀଳ ନୟାନର ଫାଷ୍ଟ ଲୁକ ରିଲିଜ଼ କରିଛି । ଏହାସହ ପ୍ରମ କେବେ ହାରେନାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି l
ଏହିଁ ଚଳଚ୍ଚିତ୍ରର ଶୁଭମହୁରତ କୁ ଶିଳ୍ପପତି ଶଶୀକୁମାର ସାହୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ସମାଜସେବୀ ଓ କାହାଣୀକାର ଗଣେଶ ଅଗ୍ରୱାଲ, ଚଳଚ୍ଚିତ୍ରର ନିର୍ଦେଶର ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ l ପ୍ରଥମଥର ପାଇଁ ଦେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ଅସ୍ମିତା ସାହୁ ଓଲିଉଡ଼ରେ ପଦାର୍ପଣ କରିବେ l ରୋହନ ଏଥିପୂର୍ବରୁ ଲଭ ଇମ୍ପସିବୁଲ, ରିୟଲ ଲଭ ଷ୍ଟୋରୀରେ ଅଭିନୟ କରି ସାରିଛନ୍ତି l ସେହିପରି ସସ୍ମିତା ହାପି ଲକି ଓ ଓମ ସ୍ୱାହାରେ ଅଭିନୟ କରିସାରିଛନ୍ତି l ଏକାଥରକେ 10 ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ଶୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି l ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଗଲା l ରୋହନଙ୍କୁ ଟାଟା ସଫାରୀ ଗୋଲଡ଼ ଉପହାର ଦିଆଯାଇଥିଲା ।

Leave a comment

Your email address will not be published. Required fields are marked *