ସିଏଏ ସମର୍ଥନରେ ଯାଜପୁରରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

admin | January 22, 2020 | 35 views |0 | Exclusive

ଯାଜପୁର:ଯାଜପୁର ଜିଲା ସଦର ମହକୁମାରେ ବୁଧବାର ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ସହର ପରିକ୍ରମା କରିଛନ୍ତି। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ସାମିଲ ହୋଇ ସିଏଏ ସପକ୍ଷରେ ଲୋକଙ୍କୁ ସଚେତନ କରିଥିଲେ। ସିଏଏ ଦେଶର କୌଣସି ସଂଖ୍ୟାଲଘୁ ନାଗରିକଙ୍କୁ ନାଗରିକତ୍ଵରୁ ବଞ୍ଚିତ କରିବା ପାଇଁ ନୁହେଁ। ବରଂ ବିଦେଶରୁ ନିର୍ଯାତନାର ଶୀକାର ହୋଇ ଦେଶରେ ଶରଣାର୍ଥୀ ଭାବରେ ବସବାସ କରୁଥିବା ବ୍ୟକ୍ତି ବା ପରିବାରଙ୍କୁ ଏହା ନାଗରିକତ୍ଵ ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ବିଜେପି ନେତାମାନେ ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ଏହାକୁ ନେଇ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଅପପ୍ରଚାର କରୁଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ନିନ୍ଦନୀୟ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲା ବିଜେପିର ବହୁ ସଂଖ୍ୟାକ ନେତା ଓ କର୍ମୀ ସାମିଲ ହୋଇଥିଲେ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories