#Breaking News

ସହୀଦଙ୍କୁ ଶ୍ରଦ୍ଧାଞଳୀ ସହ ପରିବାର ସଦସ୍ୟଙ୍କୁ ସାକ୍ଷାତ, ସମ୍ମାନ ଉଦ୍ଦେଶ୍ୟରେ ରାସ୍ତା ନାମକରଣ


ଫୁଲବାଣୀ(ଉଲାପ୍ର)
ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସ ସହୀଦ ଦିବସ ପାଳନ କର। ଯାଉଛି । ପୋଲିସ ଅଧିକାରୀମାନେ ସହୀଦ ଙ୍କୁ ବିଭିନ୍ନ ଥାନ।ରେ ଶ୍ରଦ୍ଧାଞଳୀ ଜଣାଇବା ସହ ଘରକୁ ଯାଇ ପରୀବାରବର୍ଗକୁ ଭେଟି ସାକ୍ଷାତ କରିଛନ୍ତି। ସେହିପରି ଫୁଲବାଣୀ ସହରର ଶିରିଡି ସାହି ଛକଠାରୁ ଫୁଲବାଣୀ ସାହି ଛକଯାଏ ରାସ୍ତାକୁ ସହିଦ ସୁନା ଶୀର ମାର୍ଗ ଭାବରେ ନାମିତ କରିଥିବାବେଳେ, ପିଅନପଡ଼ା ଛକଠାରୁରୁବନେଶ୍ଵରୀ ସାହୀ ଯାଏ ରାସ୍ତାକୁ ସହିବ ସଂଗ୍ରାମ ମାର୍ଗ ଭାବେ ଘୋଷଣା କରିଛି ପୋଲିସ । ଯାହାକି ସହୀଦଙ୍କ ପ୍ରତି ଏହ।ଏକ ଶ୍ରେଷ୍ଠ ସମ୍ମାନ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା, ଡେପୁଟି କମାଣ୍ଡଣ୍ଟସନ୍ତେ।ଷ କୁମାରଦଣ୍ଡସେନା , ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ, ଆରଆଇ ଧର୍ମେନ୍ଦ୍ର ପ୍ରଧାନ, ସରଜେଣ୍ଟ, କନେଷ୍ଟବଳ ସଂଘ ସଂପାଦକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *