#Breaking News #Uncategorized

ଅସହାୟ ଙ୍କ ସାହାରା ଜାଗ୍ରତ କନ୍ଧମାଳ


ଫୁଲବାଣୀ- (ସୁନୀଲ ପଟନାୟକ)
କରୋ । ନା କଟକଣା ସାଙ୍ଗକୁ ସରକାର ସଂକ୍ରମଣ ରୋକିବା ପାଇଁ ଲକଡ଼ାଉନ ସଟ ଡ଼ାଉନ ଅବଧି ବଢ଼ାଇ ଦେଇଛନ୍ତି ।ଲକ ଡ଼ାଉନ ଯୋଗୁଁ ଲୋକେ ଜିବିକା ହରାଇଛନ୍ତି । ବହୁ ଗରୀବ ଶ୍ରମଜିବୀଙ୍କ ଅବସ୍ଥା କହିଲେ ନ ସରେ । ଦୁଇଓଳା ଦୁଇମୁଠା ଖାଇବା ମୁସ୍କିଲ ହୋଇ ପଡ଼ୁଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ବିଶେଷକରି ବସ୍ତି ବାସିନ୍ଦା, ଓ ଗ୍ରାମ । ଞ୍ଚଳରଲୋକେ ।
ଏଭଳି ଅସମୟରେ ଗରୀବ ଅସହାୟ ମାନଙ୍କ ସହାୟତା କରିବାଲାଗି ଆଗେଇ ଆସିଛି ଜାଗ୍ରତ କନ୍ଧମାଳ ନାମକ ଏକ ସଂଗଠନ, l
ସଂଗଠନ ପକ୍ଷରୁ ଅରବିନ୍ଦ ନଗରର ଅସହାୟ ବିଧବା ମହିଳାଙ୍କୁ ଚାଉଳ ବସ୍ତା , ଡାଲି ଆଦି ପ୍ରଦାନ କରାଯାଇଥିଲା ।ସହାୟତା ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ ସେମାନେ l
ଏହି କାର୍ଯ୍ୟକ୍ରମରେ ଜାଗ୍ରତ କନ୍ଧମାଳର ଉପଦେଷ୍ଟାଶ୍ଵେତବନ ପୂଜାରୀ, ଓ ଜଳନ୍ଧର ବେହେରା , ସାଧାରଣ ସଂପାଦକ ତଥା ବରୀଷ୍ଠ ଆଇନଜିବୀ ସତ୍ୟନାରାୟଣ ବେହେରା , ସହ ସଂପାଦକ ରମେଶ ପ୍ରଧାନ, ଓ ସାମାଜିକ କର୍ମୀ ତଥା ସାମ୍ବାଦିକ ସୁର୍ଯ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *