#Uncategorized

ନରସିଂହପୁର ଜିଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ନରସିଂହପୁର(ଉଲାପ୍ର)ନରସିଂହପୁର ସାଗର ବିଦ୍ୟାଧର ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ଲିଗ ମ୍ୟାଚ ଆୟୋଜକ ସାଗର ଏବଂ ଗୋଲଡେନ ଫାଲକନ କ୍ଲବ କଟକ ମଧ୍ୟରେ ହୋଇଥିଲା ! କଟକ ପ୍ରଥମେ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ଉଇକେଟ

ବିନିମୟରେ 188ରନ ସଂଗ୍ରହ କରିଥିଲା ଦଳ ପକ୍ଷରୁ ଅନିସୁର ରହମାନ 62 ରନର ଅର୍ଦ୍ଧ ଶତକ ଇନିଂ ଖେଳିଥିଲେ ! ସାଗର ଦଳ ପକ୍ଷରୁ ସିପୁନ ଜେନା ଏବଂ ବିଜୁ ବାରିକ 3 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ !189 ବିଶାଳ ରନର ପିଛା କରି ସାଗର ଦଳର କାହ୍ନ! ଙ୍କ ଧୂଆଁଧାର (14) ବଲରୁ 31 ରନ ଏବଂ ସୁଶାନ୍ତ ପଣ୍ଡାଙ୍କ (45) ବଲରୁ 102 ରନର ଅପରାଜିତ ଶତକ ବଳରେ 7 ଉଇକେଟରେ ବିଜୟ ହାସଲ କରିଥିଲା !ଶତକ ହାସଲ କରିଥିବା ସୁଶାନ୍ତ ପଣ୍ଡାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା ! ମ୍ୟାଚ ପରିଚାଳନା କରିଥିଲେ ଅଜିତ କୁମାର ରଥ ଏବଂ ସୌଭାଗ୍ୟ ରଞ୍ଜନ ବାରିକ ! ମୁଖ୍ୟ ଅତିଥିଭାବେ ସାଗର ଗ୍ରାମର ଅବସର ପ୍ରାପ୍ତ ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ସଂମ୍ମାନିତ ଅତିଥି ଭାବେ ନିତ୍ୟାନନ୍ଦ ବାରିକ ଏବଂ କୃପାସିନ୍ଧୁ ଜେନା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ! ଆସନ୍ତା କାଲି ବି. ସି. ସି. ଭୁବନ (ଢେଙ୍କାନାଳ ) ବନାମ କେ. ସି. ସି (ଖୋର୍ଦ୍ଧା)

Leave a comment

Your email address will not be published. Required fields are marked *