#Exclusive

କୁଆଡ଼େ ଧାଉଁଛ ହେ ମଣିଷ ? ଏ ଧାଇଁବାର ଅର୍ଥ କଣ ?

ବେଦର ଚକ୍ଷୁ କୁହାଯାଉଥିବା ଭାରତୀୟ ଋଷିଙ୍କ ଦ୍ଵାରା ବିକଶିତ ଜ୍ୟୋତିଷ ବିଜ୍ଞାନକୁ ଆଧାରକରି ଏହା କହିବି ଏଇ ଭୟଙ୍କର ଭୟ ସୃଷ୍ଟିକାରୀ କରୋନାର କରାଳତା ମାର୍ଚ୍ଚ ୨୯ ତାରିଖ ପରେ ଆଶାତିତ ଭାବେ ଅବସାନ ଘଟିବା ଆରମ୍ଭ ହେବ ଏବଂ ଏପ୍ରିଲ ୧୪ ପରେ ଏହି କରୋନା ଗୃଥିବୀରୁ ସମ୍ପୁର୍ଣ୍ଣ ଅବସାନ ଘଟିବ । ଏହା କିଭଳି ସମ୍ଭବ କହିବା ପୂର୍ବରୁ ଏହା କହିବାକୁ ଚାହେଁ ଯେ – ଯେଉଁ ମଣିଷ ଚନ୍ଦ୍ର ମଙ୍ଗଳରେ ଉପନିବେଶ ଖୋଲିବାକୁ ଯୋଜନା କରୁଛି, ବିଶ୍ଵ ପ୍ରକୃତି ନିଜ ହାତ ମୁଠାରେ ରଖିବ ବୋଲି ବାହାସ୍ପଟ ମାରୁଛି ତାର ଏ ଅହଂକାରକୁ ଏକ ନଗନ୍ୟ ଭୂତାଣୁ ହାସ୍ୟାସ୍ପଦରେ ଆଣି ଠିଆ କରାଇ ପଚାରୁଛି ” କୁଆଡ଼େ ଧାଉଁଛ ହେ ମଣିଷ ? ଏ ଧାଇଁବାର ଅର୍ଥ କଣ ? ମଣିଷ ନିର୍ମିତ ଟ୍ରେନ, ବସ୍ , ଉଡାଜାହାନ ସବୁକୁ ବନ୍ଦ କରିଦେଇ , ତାର ଅର୍ଥନୀତି, ମହଲ ମନ୍ଦିର ସବୁ ବନ୍ଦ କରିଦେଇ ନିଜ ଘରେ ମଣିଷକୁ ବନ୍ଦୀ ରଖି ସତେ ଅବା କହୁଛି – ଯେଉଁ ପ୍ରକୃତି ତୋତେ ଗଢ଼ିଥିଲା, ଶ୍ରେଷ୍ଠ ଜୀବର ବରଦାନ ଦେଇଥିଲା ତାହା ପାଇଁ ଆଜି ତୁ ଭସ୍ମାସୁର । ଆଜି ପୃଥିବୀର ୧୧୪ ଦେଶରେ କରୋନା କାୟା ବିସ୍ତାର କରି କହୁଛି ତୁ ଯଦି ଭସ୍ମାସୁର ହେବୁ ତୋତେ ଭସ୍ମକରିବାକୁ ପ୍ରକୃତିକୁ ପରମାଣୁ ବୋମା ଗଢିବାକୁ ପଡ଼ିବନାହିଁ ପରଭୋଜୀ ଭୂତାଣୁଟିଏ ଯଥେଷ୍ଟ ଆଉ ଏଇଭଳି ଅନେକ ଭୂତାଣୁ ପ୍ରକୃତି ମୁହୁର୍ତ୍ତକରେ ଗଢ଼ିପାରେ । ଆଜି ମଣିଷର କୃତକର୍ମର ଫଳସ୍ୱରୁପ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା ଶନିଙ୍କ ଦ୍ଵାରା ମଣିଷକୁ ଶିକ୍ଷା ଦେବାପାଇଁ ଏହା ଘଟିଛି । ଦୁଇଦିନ ହେଲା ଏହିସବୁ ବିଷୟରେ ଗହିରଭାବେ ଚିନ୍ତା କଲାବେଳେ ହଠାତ୍ ଦେଖିଲି ମୋ ମାନସରେ ଶହଶହ ସୁନ୍ଦର ପ୍ରଜାପତି ଉଡୁଛନ୍ତି ଏହି ସୁନ୍ଦରତା ଏକ ସକାରତ୍ମକ ଭାବ ଉଦ୍ରେକ କରୁଛି । ଆଶା ଏହି ଘଟଣାରୁ ମାନବ ସଭ୍ୟତା ଅନେକ କିଛି ଶିଖିବ ଅନ୍ତତଃ ଏତିକି ଶିଖୁ ଏ ପୃଥିବୀ କେବଳ ମଣିଷର ନୁହେଁ ଏ ପୃଥିବୀ ସଭିଙ୍କର ।
ବର୍ତ୍ତମାନ ଜ୍ୟୋତିଷ ବିଜ୍ଞାନ ଅନୁଯାଇ କରୋନାର ବିଚାର କରିବା । ଜୀବନ ଓ ଜୀବକାରକ ଗ୍ରହ ହେଉଛନ୍ତି ବୃହସ୍ପତି । ସିଏ ଯେବେ ଖୁବ୍ ଦୂଷିତ ହୁଅନ୍ତି ଏଇ ଭଳି ଘଟଣା ଘଟିବାର ସମ୍ଭାବନା ସୃଷ୍ଟିହୁଏ । ୬-୩ – ୨୦୧୯ ରୁ କେତୁ ଧନୁ ରାଶିରେ ଅବସ୍ଥାନ କରିଥିଲେ ଏବଂ ସେଠାରେ ପୂର୍ବରୁ ଶନିଦେବ ରହିଥିଲେ । ୪ – ୧୧ – ୨୦୧୯ କୁ ବୃହସ୍ପତି ଧନୁ ରାଶିକୁ ଆସିଲେ । ବର୍ତ୍ତମାନ ଜୀବକାରକ ଗ୍ରହ ବୃହସ୍ପତି ଶନି କେତୁଙ୍କ ସହ ଯୁକ୍ତ ହୋଇ ମାୟାବିଗ୍ରହ ରାହୁଙ୍କ ସମ୍ପୁର୍ଣ୍ଣ ଦୃଷ୍ଟିରେ ରହି ଭୟଙ୍କର ଭାବରେ ଦୂଷିତ ହେଲେ ଏବଂ ଏହାର ପରିଣାମ ହେଉଛି କରୋନା । ରାହୁ କେତୁ ହେଉଛନ୍ତି ରୋଗ କାରକ ଗ୍ରହ, ମୌଳିକତ କେତୁ ସୁକ୍ଷ୍ମ ଭୂତାଣୁ କାରକ ଅଟନ୍ତି ଏବଂ ଏହାର ପରିଣାମ ୧୯-୧୧-୨୦୧୯ରେ ଚିନ୍ ରେ କରୋନା ନିଜର ଉପସ୍ଥିତି ଜାହିର୍ କଲା । ଏହା ପରେ ୨୬ – ୧୨ – ୨୦୧୯ ସୂର୍ଯ୍ୟପରାଗ ଏବଂ ରବି ବୁଧ ବୃହସ୍ପତି ଚନ୍ଦ୍ର ଶନି ଗ୍ରହ ସମସ୍ତ ରାହୁ କେତୁଙ୍କ ଦ୍ବାରା ଭୟଙ୍କର ଅଶୁଭ ପ୍ରଭାବରେ ଆସିବାର ପରିଣାମ ସ୍ଵରୁପ କରୋନା କରାଳ ରୂପ ନେଇ ମହାମାରୀରେ ବଦଳିଗଲା । ଧନୁ ରାଶି ଅଗ୍ନି ତତ୍ୱ ହେଉଥିବାରୁ ଏବଂ ୧୫ – ୧-୨୦ ୨୦ରେ କେତୁ ନିଜ ନକ୍ଷେତ୍ରରେ ରହି ଶକ୍ତିଶାଳୀ ହେବାରୁ ଏହି ମହାମାରିକୁ ବିଶ୍ୱସାରା ବ୍ୟାପ୍ତ କରିବାକୁ ସକ୍ଷମ ହେଲେ । ମାନବଜାତି ଏହି ମହାମାରିକୁ କିଭଳି ସମ୍ମୁଖୀନ ହେବ କେଉଁ ଉପାୟ ଅବଲମ୍ବନ କରିବ କିଛିବି ସଠିକ୍ ରାସ୍ତା ପାଉନାହିଁ । ରାହୁ ଘୋର ମାୟାବୀଗ୍ରହ ଏବଂ ଭୟ ଉଦ୍ରେକକାରି , ବିଭ୍ରାନ୍ତକାରି ବିଚକ୍ଷଣ ଗ୍ରହଅଟନ୍ତି । ତାଙ୍କ ମାୟାରେ ବାୟା ହେବାଛଡ଼ା ସାଧାରଣ ମଣିଷ ସଠିକ୍ ନିଷ୍ପତ୍ତି ନେବା ମୋଟେ ସମ୍ଭବ ହୁଏ ନାହିଁ । ବର୍ତ୍ତମାନ ସବୁଠି ତାହାହିଁ ଘଟିଛି କରୋନା ଭୟ ଓ ମାୟାର ବାତାବରଣ ସୃଷ୍ଟିକରି ମାଡ଼ିଚାଲିଛି । ଏବଂ ୧୪ – ୨ – ୨୦୨୦ରେ ଶକ୍ତିର ପ୍ରତୀକ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରି ଅଗ୍ନି ତତ୍ତ୍ଵ ଧନୁରେ ରାହୁ କେତୁ ସହ ଭୟଙ୍କର ଅଙ୍ଗାରକ ଯୋଗ ସୃଷ୍ଟିକରି ମଣିଷର ବଡ଼ପଣଙ୍କୁ, ତା ଅହଂକାରକୁ ମୋଡ଼ି ମକଡ଼ି ଦେଇଛନ୍ତି । ଏବଂ ଏଠାରେ କହି ରଖୁଛି ବିଶ୍ଵରେ ପୂର୍ବରୁ ଯେତେ ମହାମାରି ଆସିଛି କେତୁଙ୍କ ସହ ବୃହସ୍ପତିଙ୍କ ସର୍ବଦା ଯୁକ୍ତ ରହିଛି । ୨୦୦୫ରେ ଯେଉଁ ବାର୍ଡ ଫ୍ଲ ହୋଇଥିଲା ତାହା ଏହି କେତୁ ବୃହସ୍ପତି ଯୁକ୍ତ ଦ୍ବାରା ଘଟିଥିଲା । କିନ୍ତୁ ପୃଥିବୀ ତତ୍ତ୍ଵ ଏ ଯୁକ୍ତ ଘଟିଥିବାରୁ ବିଶ୍ଵବ୍ୟାପକ ହୋଇପାରିଲା ନାହିଁ ବର୍ତ୍ତମାନ ଅଗ୍ନି ତତ୍ୱ ଏହା ଘଟିବାରୁ ଏହା ବିଶ୍ଵର ୧୧୪ ଦେଶରେ ନିଜର ଉପସ୍ଥିତି ଜାହିର କରିପାରିଛି । ଏଠାରେ କହି ରଖୁଛି CAAକୁ ନେଇ ଭାରତରେ ଯେଉଁ ଦଙ୍ଗା ହେଲା ଏହା ପଛରେ ଏହି ଗ୍ରହାବସ୍ଥାନର ଗହିର ହାତ ରହିଛି । ଧର୍ମଗ୍ରହ ବୃହସ୍ପତି ରାହୁ ଦ୍ଵାରା କଳୁଷିତ ହୋଇ ଏଇ ଧର୍ମ ଦଙ୍ଗାସୃଷ୍ଟି କଲେ । ଏହାର କାରଣ କିଛି ଧାର୍ମିକ ଲୋକଙ୍କ ନାଗରିକତା ଚାଲିଯିବ । ପ୍ରକୃତ ସତ୍ୟ ଏଠି କାହାର ନାଗରିକତା ଯିବାର ନାହିଁ କିନ୍ତୁ ମାୟାବି ରାହୁଙ୍କ ପ୍ରଭାବରେ ଏଇ ସାମାନ୍ୟ ସହଜ ସତ୍ୟକୁ ବୁଝିବାକୁ ସେମାନେ ନାରାଜ ।
ଏହି ମାୟାର ଧୂମ୍ର ଚାଦର ୨୯ – ୩ – ୨୦୨୦ ପରେ ହଟିଯିବ କାରଣ ବୃହସ୍ପତି ରାହୁ କେତୁଙ୍କ କବଳରୁ ମୁକ୍ତ ହୋଇ ମକରକୁ ଚଳନ ହେବେ । ଏହାର ପରିଣାମ କରୋନାର କରାଳତା କମିଯିବ । ଶୁଭ କଥା ୨୮ – ୩ – ୨୦୨୦ରେ ମହାମୃତୁଞ୍ଜୟ ବରପ୍ରାପ୍ତ ଶୁଭ ଶୁକ୍ରଗ୍ରହ ସ୍ୱଗୃହ ବୃଷକୁ ପ୍ରବେଶ କରିବା ଦ୍ୱାରା ବିଶ୍ଵପ୍ରକୃତିର ଶୁଭତ୍ୱ ବୃଦ୍ଧି ଘଟିବ ସର୍ବୋପରି ଆତ୍ମାକାରକ ଗ୍ରହ, ରୋଗ ନାଶକ ଗ୍ରହ ସୂର୍ଯ୍ୟଦେବ ୧୪ – ୪ – ୨୦୨୦ରେ ମେଷରେ ଉଚ୍ଚ ଅବସ୍ଥାନ କରି ଏହି କରୋନାର କରାଳତାକୁ ଅନ୍ତଘଟାଇବେ । ଏଠାରେ କହି ରଖୁଛି ୨୦୨୦ ଅଙ୍କ ବିଜ୍ଞାନ ଅନୁଯାଇ ରାହୁଙ୍କ ଅଙ୍କ ଅଟେ , ୨ ଚନ୍ଦ୍ର ଅର୍ଥାତ ମନକୁ ପ୍ରତିନିଧି କଲାବେଳେ ୨+0+୨+0 = ୪ ଅଟେ ଯାହା ରାହୁଙ୍କ ସଂଖ୍ୟା । ତେଣୁ ମନ ରାହୁଙ୍କ ଦ୍ବାରା ପ୍ରଭାବିତ ହୋଇ ରହିବ ତେଣୁ ସଭିଙ୍କୁ ପ୍ରାର୍ଥନା ବର୍ତ୍ତମାନ ଏହି ନକାରାତ୍ମକ ସମୟରେ ଅନୁରୋଧ ରାହୁଙ୍କ ମାୟାରେ ବାୟା ହୁଅନାହିଁ ଘରେ ରହି ସକାରତ୍ମକ ଚିନ୍ତାରେ ନିଜକୁ ଭରିରଖ । ପ୍ରତିଟି ଆପଦ ଆସିଥାଏ ଆମକୁ କିଛି ଶିକ୍ଷା ଦେବା ପାଇଁ ତେଣୁ ଘରେ ବସି ନୀରବରେ କିଛି ଶିଖିବା ପଢିବା । ମନେରଖିବା ଆମ ପୂର୍ବଜ ଋଷିମାନେ ସଂକ୍ରମଣ ରୋଗୀକୁ ୧୪ ଦିନ ଏକାନ୍ତରେ ରଖି ପଥ୍ୟ ନେବାକୁ ବିଧି କରିଛନ୍ତି ତେଣୁତ ଆମ ତିନି ଠାକୁର ଅସୁସ୍ଥ ହେବାରୁ ୧୪ ଦିନ ଅଣସରରେ ରହୁଛନ୍ତି ,ଏହାର ଫଳସ୍ୱରୁପ ସଂକ୍ରମଣ ବ୍ୟାପିପାରେ ନାହିଁ । ଆଜି ବିଜ୍ଞାନ ମଧ୍ୟ ତାହା ହିଁ କହୁଛି । ଆମେ ବି ତାହା ହିଁ କରିବା ଏବଂ ଏହା ସଦା ମନେ ରଖିବା ଭୟ କଦାପି କରିବା ନାହିଁ ସଚେତନ ରହିବା, ସଂକ୍ରମଣରୁ ଦୂରରେ ରହିବା, ସତ୍ ବିଚାରରେ ରହିବା ଦେଖିବା ଏଇ ଆପଦ ଆମ ପାଇଁ ଅମୃତ ହୋଇଯିବ । ଆଉଥରେ କହୁଛି ଭୟରୁ ମୁକ୍ତ ରହିବା । ଘଟଣାଟିଏ ମନ ପଡ଼ୁଛି – ଥରେ ଜଣେ ଋଷି ପ୍ରଭାତରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ଯ ଅର୍ପଣ ବେଳେ ଦେଖିଲେ ମୃତ୍ୟୁ ଦେବତା ପୃଥିବୀକୁ ଓହ୍ଲାଇ ଆସୁଛନ୍ତି । ଋଷି ଜିଜ୍ଞାସା କରନ୍ତେ ମୃତ୍ୟୁ ଦେବ କହିଲେ ଆଜି ମହାମାରିରୁ ମୋତେ ୫୦ ଲୋକ ନେବାକୁ ହେବ । ସୂର୍ଯ୍ୟାସ୍ତ ସମୟରେ ଋଷି ସୂର୍ଯ୍ୟଦେବଙ୍କୁ କୃତଜ୍ଞତା ଅର୍ପଣ କଲାବେଳେ ଦେଖିଲେ ମୃତ୍ୟୁ ଦେବ ଯାଉଛନ୍ତି ଏବଂ କହି ଯାଉଛନ୍ତି ମୁଁ ୫୦୦ ନେଇ ଫେରୁଛି । ଋଷି ପ୍ରଶ୍ନବାଚିରେ ଚାହିଁବାରୁ ମୃତ୍ୟୁ ଦେବ କହିଲେ – ମୁଁ ୫୦ ଟି ଆଣିଲି କିନ୍ତୁ ଭୟଭିତ ହୋଇ ୪୫୦ ମରିଗଲେ । ଏହା କାହାଣୀ ହେଲେବି ମନୋବିଜ୍ଞାନ ଦୃଷ୍ଟିରେ ସତ୍ୟ ଅଟେ । ତେଣୁ ଡ଼ରିବା ନାହିଁ ସଚେତନ ରହିବା, ସକାରାତ୍ମକ ହୋଇ ରହିବା ଏବଂ ଏହା ମନେ ରଖିବା କରୋନା ଆମକୁ କହୁଛି – ଏ ପୃଥିବୀ କେବଳ ମଣିଷର ନୁହେଁ ।

Leave a comment

Your email address will not be published. Required fields are marked *