#Breaking News

ସ୍ମାର୍ଟ ହାଇସ୍କୂଲ ନିର୍ମାଣ କାର୍ଯ୍ୟ ଶେଷ ଆସନ୍ତାକାଲି ହେବ ଉଦଘାଟନ


ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି
ଆଦିବାସୀ ଅଧ୍ୟୁଷିତ କନ୍ଧମାଳଜ଼ିଲ୍ଲା ରସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିଛନ୍ତି l
ଫଳରେ ଫୁଲବାଣୀ ସହର ରେ ଥିବା ଏଜେଓହାଇ ସ୍କୁଲ ଓ ସରକାରୀ ବାଳିକା ହାଇ ସ୍କୁଲ ଏବେ ସମ୍ପୂର୍ଣ ସଜେଇ ହେଲାଣି l
ଆସନ୍ତା କାଲି ଗୁରୁବାର ଅପରାହ୍ନ 4.30ମିନିଟ ରେ ଭରଚୁ ଆଲ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଏ ସବୁ ଦଶ ଟି ଯାକ ହାଇସ୍କୂଲ କୁ ଉଦଘାଟନ କରିବେ l ଏଥି ପାଇଁ ଗାର୍ଲସ ହାଇ ସ୍କୂଲ ଠାରେ ଉଦଘା ଟନୀ ଉତ୍ସବ ପାଇଁପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ଆୟୋଜନ କରାଯାଇଛି l
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜ଼ିଲ୍ଲାପାଳ ଡ଼. ଵୃନ୍ଦା ଡି, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ବିଶ୍ୱରଂଜନ ନାୟକ ଙ୍କ ସମେତ ବହୁ ପ୍ରାସା ସନିକ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିବେ l

ସୂଚନା ଯୋଗ୍ୟ ଯେ, ମୋ ସ୍କୁଲ ଅଭିଯାନ ରେ ମଡେଲ ସ୍କୁଲ ଭାବରେ ଏହାକୁ ସଜାଯାଇଛି l
ସ୍ମାର୍ଟ କ୍ଲାସ ରୁମ ରେ ପାଠ ପଢା କୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ଛାତ୍ର ଛାତ୍ରୀ l
ଶିକ୍ଷା ର ମାନ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ଅନୁଦାନଯୋଗେଇ ଦେଇଥିଲେl ଜ଼ିଲ୍ଲା ପ୍ରଶାସନ ର ତତ୍ଵା ବଧାନ ରେଫୁଲବାଣୀ ର ଏ ଜେ ଓ ହାଇ ସ୍କୂଲ ଓ ଗାର୍ଲ ସ ହାଇ ସ୍କୂଲ ର ଆଧୁନିକି କରଣ କାର୍ଯ୍ୟ ମୁନିସପାଲି ଟି ଓ ଫୁଲବାଣୀ ବ୍ଲକ ସୁନ୍ଦର ଓ ଉନ୍ନତ ମାନର କରିଥିବା ବେଳେଅନ୍ୟସ୍କୂଲ କାର୍ଯ୍ୟ ସବୁ ସମ୍ପୃକ୍ତ ଅ ଞ୍ଚଳ ର ବ୍ଲକ କତୃପକ୍ଷ କରିଛନ୍ତି l
ସରକାରୀ ସ୍କୁଲ ଗୁଡିକ ରେ ଏଭଳି ଆଧୁନିକୀ କରଣ କୁନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ବହୁ ଅଭିଭାବକ l
ଆସନ୍ତାକାଲି ଗୁରୁବାର ଦିନ ଭରଚୁଆଲ ମାଧ୍ୟମ ରେ କନ୍ଧମାଳ ଜ଼ିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଏହି ଦଶଟି ସ୍ମାର୍ଟ ସ୍କୁଲ କୁ ମୁଖ୍ୟମନ୍ତ୍ରୀଂ ଉଦଘା ଟନ କରିବାକୁ ଥିବାବେଳେସବୁ ପ୍ରସ୍ତୁତି ସରିଯାଇଛି l

Leave a comment

Your email address will not be published. Required fields are marked *