#Exclusive

୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଯୁବକ

ବ୍ରହ୍ମପୁର: ଗାଁ ଭିତରେ ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ଗତ ୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଗାଁରେ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଗାଁର ମାଧବ ପାତ୍ର ନାମକ ଜଣେ ବିହାରରେ ରହୁଥିଲେ। ଲକ୍‌ଡାଉନ୍‌ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା।କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାର ଅବଧି ଶେଷ ହେବା ସହ ତାଙ୍କର ସ୍ୱାବ୍ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ତାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଛାଡ଼ କରି ଦିଆଯାଇଥିଲା। ହେଲେ ଗାଁ ଲୋକେ ତାଙ୍କୁ ଗାଁରେ ପୂରାଇ ନ ଦେବାରୁ କଥା ପୁଲିସ୍‌ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଶେଷରେ ପୁଲିସ୍‌ ତାଙ୍କୁ ପୁଣି କ୍ୱାରେଣ୍ଟିନ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବା ଫଳରେ  କରୋନା ସଂକ୍ରମଣ ‌ଆଶଙ୍କା କରି ମାଧବ ଗତ ୫ ଦିନ ହେଲା ତାଙ୍କ କାର୍‌ରେ ରହୁଛନ୍ତି।

Leave a comment

Your email address will not be published. Required fields are marked *