Exclusive
*🌹🌷💐ଆଜିର ରାଶିଫଳ🌹🌷💐*
🌷💐🌹🌹💐🌷
ଅଦ୍ୟ ମଇ ୦୫ ତାରିଖ ୨୦୨୦ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ବୈଶାଖ -ଶୁକ୍ଳପକ୍ଷ
ତିଥି -ତ୍ରୟୋଦଶୀ ରାତ୍ର ଘ୧୧/୩୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ହସ୍ତା ଦିବା ଘ୦୫/୨୦ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର- କନ୍ୟା ରାତ୍ର ଘ୦୪/୦୬ ପର୍ଯ୍ୟନ୍ତ ତଦନ୍ତେ ତୁଳା
ଯୋଗ-ହର୍ଷଣ
କରଣ-କୌଳବ
ସୂର୍ଯ୍ୟ -ମେଷ ୨୩ ଦିନ
ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୦୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୪
ଯୋଗିନୀ ଦକ୍ଷିଣେ ରାତ୍ର ଘ୧୧/୩୫ଗତେ ପଶ୍ଚିମେ ମକର ରାଶିର ଘାତବାର
ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା -ଦିବା ଘ୦୧/୨୨ଗତେ ଘ୦୩/୦୧ମଧ୍ୟେ
ବାରବେଳା- ଦିବା ଘ୦୬/୫୫ଗତେ ଘ୦୮/୩୨ମଧ୍ୟେ
ଅମୃତବେଳା-ଦିବା ଘ୦୮/୩୨ ଗତେ ଘ୧୦/୦୧ମଧ୍ୟେ ଓ ଘ୧୧/୧୧ଗତେ ଘ୦୧/୧୮ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୧୦/୦୩ ଗତେ ଘ୧୧/୪୦ମଧ୍ୟେ ଓ ରାତ୍ରି ଘ୦୩/୦୩ଗତେ ଘ ୦୪/୩୧ ମଧ୍ୟେ
*ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
———————-
ମେଷ : 👉ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :👉 ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ : 👉ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ : 👉ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :👉 ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା : 👉ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା : 👉ଯଦି ଆପଣ କୌଣସି ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା : 👉ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ : 👉ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :👉 ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :👉 ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ : 👉ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
Breaking News
ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ, ପାରିପାଶ୍ୱିକ ଉନତି ଠପ, କମ୍ପାନୀ ଭିତରେ ଶହ ଶହ ବନ୍ୟଜନ୍ତୁ, ବିଲରେ ପଡୁଛି କଳା ଧୂଆଁ


ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା, ଲୋକଙ୍କ ବିଲ ଭିତର ଦେଇ କମ୍ପାନୀର ପାଇପ ଗଲା, ସରକାର mou ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବବୋଲି ପ୍ରତିଶୃତି ଦେଇଥିଲା ହେଲେ ଏବେ ସେ ପ୍ରତିଶୃତି ପାଣିର ଗାର ପାଲଟିଛି, ଆମ ଜଙ୍ଗଲ ନେଲା,ଆମ ପାଣି ନେଲା ଆଉ ଲୋକଙ୍କୁ ଅଗ୍ରାଧିକାର ଦେଲାନାହିଁ, ଯାହା ଫଳରେ ଯୋଉ ଜଙ୍ଗଲ ରେ ହାତୀ ରହିବା କଥା ସେହି ଜଙ୍ଗଲରେ ଗଢି ଉଠିଲା ଆରତୀ ଷ୍ଟିଲ ପ୍ଲାଣ୍ଟ, ଘଣ୍ଟିଖାଲ ନିକଟବର୍ତ୍ତୀ କଖଡି ପଞ୍ଚାୟତ ର ମହାନଦୀ ରେ କମ୍ପାନୀ ଇଣ୍ଟେକ ୱେଲ ଖୋଳି ପାଣିନେଲା, ପଞ୍ଚାୟତ ର ସମସ୍ୟା ଦୂରହେଲା ନାହିଁ କିମ୍ବା ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଲା ନାହିଁ, ଦ୍ୱିତୀୟରେ କମ୍ପାନୀ ପ୍ରତିଷ୍ଠା ହେବାପରେ

କମ୍ପାନୀ ଛାଡିଲା କଳା ଧୂଆଁ ଏବଂ ଚାଷୀ ଙ୍କ ବିଲରେ ପଡିଲା କଳା ଧୂଆଁ ଆସ୍ତରଣ ଏବଂ ଚାଷୀ ଫସଲରୁ ବଞ୍ଚିତ ହେଲା, କମ୍ପାନୀର କଳାଧୂଆଁ ନଦୀ ଓ ପୋଖରୀରେ ମିଶିଲା ଏବଂ ମସ୍ଥ୍ୟ ଚାଷୀ କ୍ଷତି ସହିଲେ, ଚତୁର୍ଥରେ ପାରିପାର୍ଶକ ଉନତି କରିବାକଥା ଆରତୀ ଷ୍ଟିଲ ପ୍ଲାଣ୍ଟ ହେଲେ ତାକୁ ମଧ୍ୟ ଭୁଲିଗଲା କମ୍ପାନୀ, ପଞ୍ଚମରେ ଅନେକ ବନ୍ୟଜନ୍ତୁ ଏବେବି ଆରତୀ ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଅଛନ୍ତି ସେମାନଙ୍କ ରହଣି ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରିନି କମ୍ପାନୀ, ଏମିତିକିଛି ଦାବିନେଇ ଗତ ଗୁରୁବାର ଦିନ କଖଡି ଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ତରଫରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ସରପଞ୍ଚ କଳ୍ପନା ଛତାର, ସମିତିସଭ୍ୟ ପ୍ରଦୀପ

କୁମାର ମହାନ୍ତି ଯୋଗଦେଇ ଆରତୀ ଷ୍ଟିଲ ପ୍ଲାଣ୍ଟ ର ମନ ମାନିକୁ ନେଇ ବିଷୋଦ୍ଗାର କରିଥିଲେ, ଆଗାମୀ ଦିନରେ ଯଦି ଆରତୀ ଷ୍ଟିଲ ପ୍ଲାଣ୍ଟ କଖଡି ଗ୍ରାମ ପଞ୍ଚାୟତ ର ଯଦି ଉନତି ନକରେ ତେବେ କମ୍ପାନୀ ଆଗରେ ପଞ୍ଚାୟତ ବାସି ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଓ ସମିତି ସଭ୍ୟ,

Breaking News
ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର ନୂତନ ସୋରୁମ


ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ ଉମେଶ ଅଗ୍ରୱାଲ, ଏହି ସୋରୁମଟି ରହିଛି ଗଦାସାହି ଛକ ଦୁର୍ଗା ବଜାରରେ, ବହୁ ନାମୀ ଦାମୀ କମ୍ପାନୀର ଡ୍ରେସ ସାମଗ୍ରୀ ପୁରୁଷ ଓ ମହିଳା ମାନଙ୍କ ବିଭିନ୍ନ ପ୍ରକାର ପ୍ୟାଣ୍ଟ, ସାର୍ଟ ରହିଛି, ସାଧାରଣ ରେ ଏହି ମ୍ୟାନ ଷ୍ଟୋର କାଉଣ୍ଟର ଟି ବେଶ ଆଦୃତ ହେଵବୋଲି ପ୍ରୋପଇଟର ଜିତେନ୍ଦ୍ର କରଣ ଆଶାବ୍ୟକ୍ତ କରିଛନ୍ତି,

Breaking News
୧୦ ବର୍ଷର ଅପେକ୍ଷା…ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍


ଅନୁଗୁଳ ( ଉଲ୍ଲାପ୍ର )ସାବିତ୍ରୀ…ସ୍ୱାମୀ ସତ୍ୟବାନ୍ଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିଲେ। ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ, ଯିଏ ସ୍ୱାମୀଙ୍କ ବାଟକୁ ୧୦ ବର୍ଷ ହେଲା ଚାହିଁ ରହିଥିଲେ।ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ।ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରା ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି। ହେଲେ ଏହି ୧୦ ବର୍ଷ ତାଙ୍କ ବାଟ ଚାହିଁ ବସିଥିଲେ ପତ୍ନୀ, ମା’, ଝିଅ ଓ ପୁଅ। ନିଇତି ପୁଅକୁ ମନେ ପକାଇ ମା’ ଆଖିର ଲୁହ ଯେମିତି ଶୁଖି ଯାଇଥିଲା। ସ୍ତ୍ରୀ ମଧ୍ୟ ସେମିତି ଚାତକ ପରି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ପୁଅ ଓ ଝିଅ ମଧ୍ୟ ଏବେ ବାପାଙ୍କୁ ପାଖରୁ ପାଇ ବେଶ୍ ଖୁସି।
୨୦୧୩ ମସିହା ଅକ୍ଟୋବର ମାସରେ ଛେଣ୍ଡିପଦାର ଯତିନ୍ଦ୍ର ଝିଅର ଜନ୍ମଦିନରେ ହିଁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା। ପୋଲିସରେ ଏତଲା ପରେ ବି ତାଙ୍କ ଖୋଜ ଖବର ପାଇନଥିଲେ କେହି। ତଥାପି ଆଶା ଛାଡ଼ି ନ ଥିଲେ ଯତୀନ୍ଦ୍ରଙ୍କ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଘରକୁ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିଲେ ପରିବାର ଲୋକ। ଯତୀନ୍ଦ୍ରଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ତାଙ୍କୁ ନେଇ ଚିନ୍ତିତ ଥିଲେ। ତେବେ ସ୍ୱାମୀ ଘରୁ ଚାଲିଯିବା ପରେ ଯତିନ୍ଦ୍ରଙ୍କ ପତ୍ନୀ ଏକାକୀ ୧୮ ମାସର ପୁଅ, ୫ ବର୍ଷ ଝିଅ ଓ ଶାଶୁଙ୍କ ଦାୟିତ୍ୱ ସମ୍ଭାଳିବା ସହ ଘର ଚଳାଉ ଥିଲେ।
ଯତିନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କୌଣସି ପ୍ରକାରେ ସେ ମଧ୍ୟପ୍ରଦେଶ ଚାଲି ଯାଇଥିଲେ। ସେଠାରେ ଏକ ଢାବାରେ କାମ କରି ଜୀବନ ନିର୍ବାହ କରୁଥିଲେ। ହଠାତ୍ ଜଣେ ଓଡ଼ିଆ ଟ୍ରକ୍ ଡ୍ରାଇଭରଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହାପରେ ଦୀର୍ଘ ୧୦ ବର୍ଷ ପରେ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଯତିନ୍ଦ୍ର ଚିଠି ଲେଖିଥିଲେ। ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଅନ୍ୟ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହାୟତାରେ ଯତିନ୍ଦ୍ରଙ୍କ ଚିଠିକୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ।
ଏହା ଜାଣିବା ପରେ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ। ଏନେଇ ସରପଞ୍ଚ ଓ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ଥାନା ସହ ଯୋଗାଯୋଗ କରିଥିଲେ। ଥାନାଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ପୋଲିସ୍ ଟିମ୍ ସହାୟତାରେ ଯତିନ୍ଦ୍ରଙ୍କ ପରିବାରର ସଦସ୍ୟଙ୍କ ସହ ଗତ ୧୪ ତାରିଖରେ ମଧ୍ୟପ୍ରଦେଶ ଯାତ୍ରା କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ୍ ସହାୟତାରେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଥିଲେ।
ବିଶ୍ୱାସ ଥିଲେ ସ୍ୱାମୀ ଫେରିବେ, ଭରସା ଥିଲା ସେ ଆସିବେ ଆଉ ୧୦ ବର୍ଷ ପରେ ସେସବୁ ସତ ହୋଇଛି।
-
Uncategorized3 weeks ago
ଆଜିର ରାଶିଫଳ
-
Business3 years ago
ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ
-
Uncategorized3 weeks ago
ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
-
Uncategorized5 years ago
2019 re କାଳିଆ କରିବ ଖେଳ
-
Breaking News3 months ago
ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣା
ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀକରି ଶତାଧିକ ଲୋକଙ୍କ ରାସ୍ତା ଅବରୋଧ -
Breaking News8 months ago
ବେଦାନ୍ତ ବିଶ୍ୱବିଦ୍ୟାଳୟ ଥିଲା ଗୁଣ୍ଡ କ୍ଷୀର ଡବାରେ ଧଳା ଜହର
-
Breaking News2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ
-
Uncategorized3 weeks ago