#Breaking News

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀ ଓ ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ ସେଲସିୟସକୁ ଖସିଲା


ଫୁଲବାଣୀ(ସୁନୀଲପଟନାୟକ)
କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇଦିନ ହେଲା । ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯
୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶନିବାର ଆଜି ଫୁଲବାଣୀରେ ତାପମାତ୍ରା ୬ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୬ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି!ଗତକାଲି ଫୁଲବାଣୀ ରେ ତାପ ୮ ଡିଗ୍ରୀ ଥିବାବେଳେ ଦାରିଂବାଡ଼ି ରେ ୬. ୫ ଡିଗ୍ରୀ ସେଲସିୟ ସ ଥିଲା l

  • ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୮ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।
    ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ ମାନେ ଥଣ୍ଡା ବଢିବା ଫଳରେ କାମକୁ ଯାଉ ନାହ।ନ୍ତି।
    ସେହିପରି ଜ଼ିଲ୍ଲାର ବାଲିଗୁଡା , ରାଇକିଆ, ତୁମୁଡିବନ୍ଧ, କୋଟଗଡ ଚକାପାଦ ଆଦି ଅଞ୍ଚଳରେ ବି ଥଣ୍ଡା ର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଲାଣି ସମସ୍ତଙ୍କୁ ।

Leave a comment

Your email address will not be published. Required fields are marked *