#Breaking News

ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭି କୁ କାର୍ଯ୍ୟକ୍ଷମ କରାଯାଉ:ଆପ୍


ବରଗଡ଼(ଉଲାପ୍ର)ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତ ରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି କିନ୍ତୁ ଦୁଃଖର ବିଷୟ ଅଧିକାଂଶ କ୍ୟାମେରା ଏବେ ଅଚଳ ହୋଇ ପଡି ରହିଛି । ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆମ୍ ଆଦମୀ ପାର୍ଟି ବରଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି ।ଅନ୍ୟ ପଟେ ଭାରତର ରାଜଧାନୀ ଦିଲ୍ଲୀ ଏବେ ସିସିଟିଭି କ୍ୟାମେରା କ୍ଷେତ୍ରରେ ବିଶ୍ୱ ର ନଂ ୧ ସହର ହୋଉଛି। ପ୍ରତି ବର୍ଗ ମାଇଲ ୧୮୩୬ ଟି ସିସିଟିଭି ଲାଗିଥିବା ବେଳେ ଲଣ୍ଡନ ରେ ୧୧୩୮ ଟି ସିସିଟିଭି ସହ ଦ୍ୱିତୀୟ ସ୍ଥାନ ରେ ରହିଛି । ଦିଲ୍ଲୀରେ ମୋଟ ୨ ଲକ୍ଷ ୭୫ ହଜାର କ୍ୟାମେରା ଲାଗିଥିବା ବେଳେ ଆଉ ୧ ଲକ୍ଷ ୪୦ ହଜାର କ୍ୟାମେରା ଲାଗିବ । ଏହା ଦ୍ଵାରା ମହିଳା ସୁରକ୍ଷା ବୃଦ୍ଧି ପାଇବା ସହ ଅପରାଧୀଙ୍କୁ ଧରିବା ରେ ଏହା ପୋଲିସ କୁ ସାହାୟକ ହେଉଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ମହିଳା ନେତ୍ରୀ ମରିୟମ ବାର୍ଳା ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *