#Exclusive

ସୁପରପାଓ୍ୱାର ହେବ ଭାରତ ! ନୀଳଗିରି ପାହାଡରେ ବିରାଟ ସୁଡଙ୍ଗ କାହିଁକି ଖୋଳିଛି ଭାରତ, ତାଭିତରେ କଣ କରୁଛନ୍ତି ବୈଜ୍ଞାନିକ ?

ନୂଆଦିଲ୍ଲୀ ୧୬/୫: ଗୋଟିଏ ପଟେ ପୂରା ଦେଶ କରୋନା ସଙ୍କଟରେ ଥିବାବେଳେ ଭାରତର ଏକ ରାଜ୍ୟରେ ରହସ୍ୟମୟ ସୁଡ଼ଙ୍ଗ ନିର୍ମାଣ କରାଯାଉଛି। ଏହି ସୁଡ଼ଙ୍ଗ ନୀଳଗିରିର ପାହାଡ଼କୁ ଖୋଦନ କରି ନିର୍ମାଣ କରାଯାଉଛି। ଦେଢ଼ କିଲୋମିଟର ଲମ୍ବା ଏହି ସୁଡ଼ଙ୍ଗରେ କ’ଣ ହେବ ଏହା ଏଠାକାର ​‌ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଛି।

କୁହାଯାଉଛି ଯେ ଏହି ସୁଡ଼ଙ୍ଗ ବୈଜ୍ଞାନିକଙ୍କ ପ୍ରୟୋଗ ପାଇଁ ନିର୍ମାଣ କରାଯାଉଛି। ଏହି ସୁଡ଼ଙ୍ଗ ତାମିଲନାଡ଼ୁର ଥେନି ଜିଲ୍ଲାରେ ରହିଛି। ଏହା ଠିକ୍ ସେହିଭଳି ସୁଡ଼ଙ୍ଗ ହେବ ଯେପରି ସ୍ବିଜରଲାଣ୍ଡର ସାଇଣ୍ଟିଫିକ୍ ସୁଡ଼ଙ୍ଗ ରହିଛି। ସେହି ସୁଡ଼ଙ୍ଗରେ ସାଇଣ୍ଟିଷ୍ଟ ଗଡ ଅଫ୍ ପାର୍ଟିକଲ୍ ଉପରେ ଆବିଷ୍କାର କରାଯାଉଛି। ଭାରତରେ ନିର୍ମାଣ ହେଉଥିବା ସୁଡ଼ଙ୍ଗରେ ବିଶ୍ବର ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ଚୁମ୍ବକ ଲଗାଯିବ। ଏହି ଚୁମ୍ବକର ଓଜନ ୧୨.୫୦୦ଟନ୍।ଏହି ସୁଡ଼ଙ୍ଗ ହେବା ଦ୍ବାରା ଲୋକେ ଆତଙ୍କରେ ଅଛନ୍ତି। ତାଙ୍କୁ ଲାଗୁଛି ଯେ ସବୁ କିଛି ଧ୍ବଂସ ହୋଇଯିବ। କାରଣ ଏହା ବିଜ୍ଞାନ ସହ ଜଡ଼ିତ। ଏଠାକାର ​‌ଲୋକେ ଏହାକୁ କିଲର ପାର୍ଟିକଲ୍ କହୁଛନ୍ତି। ଏହି ପ୍ରୋଜେକ୍ଟର ନାଁ ନ୍ୟୁଟ୍ରିନୋ ପାର୍ଟିକଲ୍ ଅନୁସାରେ ରଖା ଯାଇଥିବା ନାଁ।ନ୍ୟୁଟ୍ରିନୋ ସେହି ମୂଳ କଣ ମଧ୍ୟରେ ଗୋଟିଏ ଯାହା ଦ୍ବାରା ବ୍ରହ୍ମାଣ୍ଡର ରଚନା ହୋଇଛି। ଏହା ସବୁଠି ବିଚରଣ କରିଥାଏ। ଏହା ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ ଏବଂ ଏଗୁଡ଼ିକୁ ଆଖିରେ ଦେଖାଯାଏ ନାହିଁ। ନାଭିକୀୟ ପ୍ରତିକ୍ରିୟା ହେଲେ ଏହା ଦେଖାଯାଇଥାଏ। ଏହି ନ୍ୟୁଟ୍ରିନୋ ସୂର୍ଯ୍ୟ,ତାରା ଏବଂ ବ୍ରହ୍ମାଣ୍ଡର ସକ୍ରିୟ ସୌର ଗଙ୍ଗାରୁ ବାହାରି ପୃଥିବୀପୃଷ୍ଠକୁ ପହଞ୍ଚିଥାଆନ୍ତି।ଏହି ଅଞ୍ଚଳର ଭବିଷ୍ୟତକୁ ନେଇ କେରଳ ଏବଂ ତାମିଲନାଡ଼ୁର ପରିବେଶବିତମାନେ ଅଭିଯୋଗ କରିଛନ୍ତି ଯେ ଏଠାରେ ଯେଉଁ ନ୍ୟୁଟ୍ରିନୋ ଅନୁସନ୍ଧାନ କରାଯାଉଛି ସେଥିରେ ବିଦେଶଠୁ ସାହାଯ୍ୟ ନିଆଯିବ। ଏହା ମଧ୍ୟ ହୋଇପାରେ ଯେ ନ୍ୟୁଟ୍ରିନୋର ଅଧିକ ଉପଯୋଗ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବା ପାଇଁ ମଧ୍ୟ ହୋଇପାରେ। ଏଥିପାଇଁ ଲୋକେ ଚାହୁଁନାହାନ୍ତି ଯେ ଏହି ଅଞ୍ଚଳରେ ଏପରି କିଛି ଆରମ୍ଭ କରାଯାଉ ଯାହା ଦ୍ବାରା ଲୋକଙ୍କ ପାଇଁ ଭବିଷ୍ୟତରେ କୌଣସି ସମସ୍ୟା ସୃଷ୍ଟି ହେଉ।

Leave a comment

Your email address will not be published. Required fields are marked *