#Breaking News

ନାବାଳିକାଙ୍କୁ ଦୁଷ୍କ୍ମର୍ମ ,ଅଭିଯୁକ୍ତ ଗିରଫ


ଫୁଲବାଣୀ (-ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସୁଲୁମାହା ରେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି l ଜଣେ ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ କରି ବା ଅଭିଯୋଗ ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣକରିଛି l
ମିଳିଥିବା ସୂଚନା ଅନୁଯାୟୀ ବାର ତାରିଖ ରାତି ପ୍ରାୟ ଆଠଟା ବେଳେ ନାବାଳିକା ଜଣକ ପରିସ୍ରା କରିବାକୁ ବାହାରକୁ ଆସିଥିଲା ସେହି ସମୟରେ ସେହି ଗାଁ ର ବିନୟ ଛଟିଆ ( ୨୦) ନାମକ ଜଣେ ଯୁବକ ନାବାଳିକା ଙ୍କୁ ଜଙ୍ଗଲଭିତରକୁ କୁ ଟେକିନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା ଆଉ ଘଟଣା ସମ୍ପର୍କ ରେ କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା lଫଳରେ ପୀଡିତl ଭୟଭୀତହୋଇ କାହାକୁ କିଛି ଜଣାଇନ ଥିଲା l
ପରେ ଘଟଣା ସମ୍ପର୍କ ରେ ପରିବାର ଲୋକେ ଜାଣିପାରିଏନେଇ ଲୋକେବ୍ରାହ୍ମଣୀ ଗାଁ ଥାନାରେ ଏତଲା ଦେଇଥିଲେ l ବ୍ରାହ୍ମଣୀ ଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରି ବ୍ରାହ୍ମଣୀ ଗାଁ ଥାନାରେ କେଶ ନମ୍ୱର ୫୦/୨୧ ରେ ମାମଲା ରୁଜ୍ଜୁ କରିଅଭିଯୁକ୍ତ ବିନୟ ଛାଟିଆଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଦଶରଥ ହେମ୍ରମ ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *