#Breaking News #District

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗଣ ମାଧ୍ୟମ ଉପରେ ସରକାରଙ୍କ ରୋଷ


ସମ୍ପର୍କିତ ଆଲୋଚନା
ଫୁଲବାଣୀ – 29/09( ସୁନୀଲ ପଟ୍ଟନାୟକ)
ସତ୍ୟ ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପ୍ରକାଶ କରିବା ଗଣ ମାଧ୍ୟମ ର ଧର୍ମ ଆଉ ବିଭିନ୍ନ୍ ସମୟରେ ସତ୍ୟ ସମ୍ବାଦ ପ୍ରକାଶ କରି ବହୁ ସାମ୍ବାଦିକ ଓ ସମ୍ବାଦପତ୍ର, ଟିଭି ଚ୍ୟାନେଲ ମାଲିକ ସରକାରଙ୍କ ରୋଷ ର ଶିକାର ହେଉଥିବା ନେଇ ଶୁକ୍ରବାର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅୟୋଜିତ ସଭାରେ ବହୁ ବିଶିଷ୍ଟ ସାମ୍ବାଦିକ ଓ ବୁଦ୍ଧିଜିବୀ ଯୋଗଦେଇ ଉଦବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର ପୁନରାବୃତ୍ତି ଘଟିଲେ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ l
ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରି ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିବା ବେଳେ ସମ୍ବାଦ ଜିଲା ପ୍ରତିନିଧି ଡଃ ରଞ୍ଜନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଫୋର ମ୍ ସଭାପତି ସନ୍ତୋଷ ଦିଗାଲ, ପ୍ରେସ କ୍ଲବ ଉପସଭାପତି ସତ୍ୟ ନାରାୟଣ ବେହେରା, ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ୍ କିଶୋର ପଣ୍ଡା, ବରିଷ୍ଠ ନାଗରିକ ନବ କିଶୋର ରଥ, ସାମ୍ବାଦିକ ଜାକିର୍ ଖାଁ, କିଶୋର୍ ପଣ୍ଡା, ପ୍ରମୂଖ ଯୋଗଦେଇ କିଛି ସତ୍ୟ ଖବର ସରକାରଙ୍କୁ ଅଡୁଆରେ ପକଉଛି ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟନାୟକ ସତ୍ୟ ଖବର ପ୍ରକାଶ କରି ସତ କହି ଏବେ ରାଜ୍ଯ ସରକାର ଙ୍କ ରୋଷ ର ଶିକାର ହୋଇଛନ୍ତି ବୋଲି କହିବା ସହ ସରକାର ଙ୍କ ଏତାଦୃଶ କାର୍ଯ୍ୟ କଳାପ କୁ ନିନ୍ଦା କରିଥିଲେ l
ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସ୍ୱାଗତ୍ ଭାଷଣ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ l

weekly pepar october 1 to 7

Leave a comment

Your email address will not be published. Required fields are marked *