#Breaking News #District

ଗୁଣିଆ ସନ୍ଦେହ ରେ ପିଟି ପିଟି ମାରିଦେଲେ, ୬ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଗୁଣିଗାରେଡି ସନ୍ଦେହ ରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗ ରେ ବୁଧବାର ଖଜୁରୀ ପଡ଼ା ପୋଲିସ ୬ ଜଣକୁଗିରଫ କରିକୋର୍ଟ ଚାଲାଣ କରିଛି l
ବ୍ୟାପକ ସଚେତନତା ସତ୍ୱେ କନ୍ଧମାଳ ରେ ଗୁଣି ଗାରେଡି ଥମିବାର ନାଁ ନେଉନି l
ଲୋକେ ଏବେ ବି ଗୁଣିଆ ଉପରେ ବିଶ୍ୱାସ କରୁଛନ୍ତି ଫଳରେ ବିଭିନ୍ନସମୟରେ ଜିଲାରେ ହତ୍ୟା କାଣ୍ଡ ମାନ ଘଟୁଛି l
ସୋମବାର ଖଜୁରୀପଡା ଥାନା ଅନ୍ତର୍ଗତ ପାବେରି ଗ୍ରାମର ଦମୟନ୍ତୀ ମଲିକ ନାମକ ଜଣେ ମହିଳା ଙ୍କୁଗୁଣିକରୁଥିବା ସନ୍ଦେହ ରେ ଗ୍ରାମର ସରୋଜିନୀ ମଲିକ ନାମକ ଜଣେ ମହିଳା ଘର ଭିତରୁ ଭିଡି ଆଣି ବାହାରେ ମାଡ଼ ମାରିଥିଲା ପରେ ଲୋକେ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିବା ଫଳରେ ସେ ଗୁରୁତର ହୋଇପଡ଼ିଥିଲା l ଗୁରୁତର ଅବସ୍ଥାରେ ଦମୟନ୍ତୀ କୁ ଖଜୁରୀପଡା ଡାକ୍ତର ଖାନାକୁ ନିଆଯାଇଥିଲା ତେବେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ lଦମୟନ୍ତୀଙ୍କ ସ୍ୱାମି ବିକାଶ ଏ ନେଇ ଖଜୁରୀପଡା ଥାନାରେ ଏତେଲା ଦେବାପରେ
ପୋଲିସ 47/23 ରେ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଗ୍ରାମର ୬ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗେଲି କୁମାରୀ ସାହୁ କହିଛନ୍ତି l

Leave a comment

Your email address will not be published. Required fields are marked *