#Breaking News

ଜିଲାପାଳ ଙ୍କ ଇନ୍ଦ୍ରଗଡ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ


ଫୁଲବାଣୀ ସୁନୀଲ ପଟନାୟକ )
କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ଇନ୍ଦ୍ରଗଡ ଆଦି ଦୁର୍ଗମ ପଂଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିବା ସହ ଲୋକେ ଏହାର ସୁଫଳ ପାଉଛନ୍ତି କିନାହିଁ ପଚାରିବୁଝିଥିଲେ lବିଶେଷ କରି ଦୁର୍ଗମଞ୍ଚଳରେ ଗରିବ ଲୋକେ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ଇନ୍ଦ୍ରଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ପଚାରି ବୁଝିଥିଲେ l
ସେହିପରି ଗରିବ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି ନା ନାହିଁ ଲୋକଂକୁପଚାରି ବୁଝିଥିଲେ l
ସେହିପରି ଶିକ୍ଷା ବ୍ୟବସ୍ଥା,ରାସ୍ତା କାମ, ଅଙ୍ଗନବାଡି କେନ୍ଦ୍ର, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ସ୍ଵଛ ପାନୀୟ ଜଳ ସମ୍ପର୍କରେତଦାରଖ କରିବା ସହଅଂଚଳ ବାସୀ ଙ୍କୁ ପଚାରିବୁଝିଥିଲେ lଲୋକେ ନୂତନ ଜିଲାପାଳ ଙ୍କୁ ପାଖରେ ପାଇବେଶ ଖୁସି ଅନୁଭବ କରିଥିଲେ lଜିଲାପାଳ ହେବତ ଏମିତି ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳିଥିଲା l
ଜିଲାପାଳ ପାଟିଲ ଙ୍କ ସହ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମନେ ଉପସ୍ଥିତ ଥିଲେ l
ବିଡ଼ିଓ ପାତ୍ର ଦାଇତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ନିଜର ଆନ୍ତରିକତା, ନିଷ୍ଠାପର ଉଦ୍ୟମ, ଦାଇତ୍ୱ ବୋଧ, କାର୍ଯ୍ୟ ଦକ୍ଷତା ଯୋଗୁଁ ବେଶ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁନେଇପ୍ରଶଂସାସାଉଣ୍ଟିପାରିଛନ୍ତି l

Leave a comment

Your email address will not be published. Required fields are marked *