#Breaking News

ପୁରୁଣା ଗଡ଼ରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ପ୍ରଚାର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଯୋନ ୧ ଓ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ବିଧାୟକ ଶ୍ରୀ ମିଶ୍ର ଙ୍କ ଭୋଟ ପ୍ରଚାର ରେ ଭୋଟର ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପୂର୍ବରୁ ଅତାବିରା ଅଞ୍ଚଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରହିଥିଲା। ସେ ସମୟରୁ ଏହି ଅଞ୍ଚଳରେ ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଭୋଟ ବ୍ୟାଙ୍କ ଭାବେ ପରିଚିତ ରହିଥିଲା। ବହୁ ଦିନ ପରେ ଏ ଅଞ୍ଚଳର ଲୋକମାନେ ତାଙ୍କ ପୁରୁଣା ନେତା ଙ୍କୁ ଦେଖି ଉତ୍ସାହିତ ହୋଇ ପ୍ରଚାର ରେ ମଧ୍ୟ ସାମିଲ ହୋଇ ଥିବା ଦେଖିବାକୁ ମିଳିଥିଲା। ସେହିପରି ଆଜି ବରଗଡ଼ ଜିଲ୍ଲା ପରିଷଦ ଯୋନ ୨ ପାଇଁ ବିଜେଡ଼ି ପକ୍ଷରୁ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର ଙ୍କ ନେତୃତ୍ବରେ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, ବିଜେଡି ନଗର ସଭାନେତ୍ରୀ କଳ୍ପନା ମାଝୀ ଭୋଟ ପ୍ରଚାର କରିଥିଲେ। ବରଗଡ଼ ଜିଲ୍ଲା ପରିଷଦ ୩ ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା କୁ କହୁଥିଲେ।

Leave a comment

Your email address will not be published. Required fields are marked *