#Breaking News

ଲୋକ କଳା ଗ୍ରାମ କୁମ୍ଭାରୀର ୩ୟ ବାର୍ଷିକ ଉତ୍ସବ


ବରଗଡ଼ ୨/୧୦(ସତ୍ୟ ନାରାୟଣ ପ୍ରଧାନ) ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକ କଳା ଗ୍ରାମ କୁମ୍ଭାରୀର ତୃତୀୟ ବାର୍ଷିକ ଉତ୍ସବ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଲୋକ କଳା ସଂଘ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ବ୍ଲକ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା,ବରପାଲି ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାର,କୁମ୍ଭାରୀ ସରପଞ୍ଚ ଶ୍ରୀମତୀ ରଜନୀ କର୍ତି, ସମିତି ସଭ୍ୟା ଶ୍ରୀମତୀ ଲୟା ପ୍ରଧାନ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଟେକଚାନ୍ଦ ଦୁଆନ ଯୋଗ ଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ସମ୍ପର୍କ ରେ ଉଲ୍ଲେଖ କରି ଏକାଦଶ ବ୍ରତ, ସତ୍ୟ ଅହିଂସା ର ଅମୋଘ ଅସ୍ତ୍ର‌ ରେ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ସକାଳୁ କୁମ୍ଭାରୀ ଗ୍ରାମ ର ସ°କିର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ରାମଧୂନ ପରିବେଷଣ କରାଯାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ପରେ ବ୍ରଜେଶ୍ବରୀ ନୃତ୍ୟ କଳା ସଂସଦ ର ଶବ୍ଦ ନୃତ୍ୟ ସହ ୪୦ ଟି ଦଳର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭା କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ ଏବଂ ଶେଷରେ ଜିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅମୃତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *