#Breaking News #Uncategorized

ଗଛରେ ରସି ଲାଗଇ ଯୁବକର ଆତ୍ମହତ୍ୟା


ଫୁଲବାଣୀ-(ସୁନୀଲ ପଟନାୟକ)
ପାରିବାରିକ କଳହ କୁ ନେଇ ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛି l ମୃତକ ଜଣକ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡ଼l ର ସଞ୍ଜୟ ବିଶିମାଝୀ l
ଘରେ ପ୍ରତେକ ଦିନ ପାରିବାରିକ କଳାହ ଚାଲିଥିଲା l କିନ୍ତୁ ଗତ କାଲି ପ୍ରତେକ ଦିନ ଭଳି ଜଳହା ହୋଇଥିବାରୁ ଯୁବକ ଜଣ ଙ୍କମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ ଥିବା ଏକ ମହୁଲ ଗଛ ରେ ରସି ଲଗାଇ ଆତ୍ମହତ୍ଯା କରିଥିଲେ l ଆଜି ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇ ବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର୍ ଦେଇଥିଲେ ଫୁଲବାଣୀ ଟାଉନ ପୁଲିସଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ କରୁଥିବା ପୋଲିସ କହିଛି l l

Leave a comment

Your email address will not be published. Required fields are marked *