#Breaking News

ହାତ ମାରିଲେ ପିଚୁ ଉଠି ଯାଉଛି ନିମ୍ନମାନର ପିଚୁ ପକାଇ ଲକ୍ଷାଧିକ ଟଙ୍କା ଚଳୁ !


ଫୁଲବାଣୀ- (ସୁନୀଲ ପଟନାୟକ) ହାତ ମାରିଲେ କିମ୍ଵା ଗୋଡ ଘୋସାଡିଲେ ପିଚୁ ସହଗୁଡି ମଧ୍ୟ ଉଠି ଯାଉଛି । ଏଥିରୁ ଜଣାପଡିଯାଉଛିରାସ୍ତାକାମ କିଭଳି ହୋଇଛି ।
ଆଉ ଏହାର ସ୍ଥାୟିତ୍ଵ କେତେଦିନ ?
ଠିକାଦାର ଯନ୍ତ୍ରୀ ମିଶି ଚଳୁ କରିବାରେ ଲାଗିଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଅଭିଯୋଗ କଲେ ମଧ୍ୟ ଫଳଶୁନ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାମା ଓ ଅଧ୍ୟୁଷିତ ଦାରିଙ୍ଗବାଡି ବ୍ଳକରପାଡ଼େନ କେତା ରାସ୍ତାକାମରେ। ଫଳରେ ନିମ୍ନମାନରରାସ୍ତାକାମକୁ ନେଇ ସଂପୃକ୍ତ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସଂପୃକ୍ତ ଦୁର୍ନିତୀରେ ଲିପ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
ଦାରିଙ୍ଗବାଡି ଅଞ୍ଚଳର କେବଳ ଏହି ଗୋଟିଏ ରାସ୍ତାକାମ ନୁହେଁ ଏହି ବ୍ଳକରେ ଆରଡି ବିଭାଗ ପକ୍ଷରୁ କରାଯାଉଥିବା ଅନେକ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଉପରଠାଉରିଆ ଓ ନିମ୍ନମାନର ହେଉଥିବା ଦୃଢ ଅଭିଯୋଗ ହେଉଛି । ସେହିପରି ଯନ୍ତ୍ରୀ ସ୍ଥାୟୀ ଅନୁପସ୍ଥିତ ମଧ୍ଯ ରହୁଥିବା ନେଇ ଅଭିଯୋଗ ହେଉଛି । ଫୋନ କଲେ ଫୋନ୍ ମଧ୍ୟ ଜାଣି ଶୁଣି ଉଠାଉନ ଥିବା ଅଭିଯୋଗ ହେଉଛି ।
ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ଜଣକ ଏଠାରେ ଦୀର୍ଘ ବର୍ଷ ଧରି ରହି ନାନା ଦୁର୍ନିତୀ ଅନିୟମିତତା ଚଳାଇଥିବା ରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରି ଯନ୍ତ୍ରୀଙ୍କ ବିରୁଦ୍ଧରେଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *