#Breaking News

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ର ମତଦାନ, ତିନି ଜୋନ ରୁ 78ହଜାର744 ମତଦାତା ମତ ସାବ୍ୟସ୍ତ କରିବେ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ର ଆଜି ଭୋଟ ଗ୍ରହଣ ହେବ | ବାଲିଗୁଡା ବ୍ଲକ ରେ 183 ବୁଥ ରେ 38136 ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ | ବାଲିଗୁଡା ବ୍ଲକ ର ଚଉଦ ପଂଚାୟତ ରେ 50 ଜଣ ସରପଞ୍ଚ ପ୍ରାଥୀ,39ଜଣ ସମିତି ସଭ୍ୟ ପ୍ରାଥୀ ଓ 34ଜଣ ୱାର୍ଡ ମେମ୍ବର ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ ହେବ |ବାଲିଗୁଡା ଦୁଇଟି ଜିଲ୍ଲା ପରିଷଦ ଜୋନ ରେ 15ନମ୍ବର ରେ 4ଜଣ ଓ 16 ନମ୍ବର ଜୋନ ରେ 5ଜଣ ପ୍ରାଥୀ ଙ୍କ ଭୋଟ ର ଭାଗ୍ୟ ନିର୍ଧାରଣ କରିବେ | ବାଲିଗୁଡା ବ୍ଲକ ରେ 38136 ଜଣ ଭୋଟର142 ଜଣ ପ୍ରାଥୀ ଙ୍କ ପ୍ରଥମ ପର୍ଯ୍ୟୟ ମତଦାନ ରେ ଭାଗ୍ୟ ନିର୍ଧାରଣ କରିବେ | ସେହିପରି କ.ନୂଆଗାଁ ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ରେ ଚଉଦ ପଂଚାୟତ ପାଇଁ 177ବୁଥ ରେ 40608 ଜଣ ଭୋଟର133ଜଣ ପ୍ରାଥୀ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ | ସରପଞ୍ଚ 48, ଜଣ, ସମିତି ସଭ୍ୟ 36 ଜଣ, ୱାର୍ଡ ମେମ୍ବର 46ଜଣ ଓ ତିନି ଜଣ ଜିଲ୍ଲା ପରିଷଦ ପ୍ରାଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ ମୋଟ 40608 ମତଦାତା ବୋଲି ଜଣା ପଡିଛି | ବାଲିଗୁଡା ବ୍ଲକ ଓ କ ନୂଆଗାଁ ବ୍ଲକ ର ପ୍ରଥମ ପ୍ରଯ୍ୟାୟ ମତଦାନ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ମହିଳା ମାନଙ୍କ ପାଇଁ ପିଙ୍କ ବୁଥ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି , ଓ ଦିବ୍ୟାଙ୍ଗ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି | ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟୟ ମତଦାନ ପାଇଁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିବା ବିଷୟ କନ୍ଧମାଳ ଏସପି ସୁଚନା ଦେଇଛନ୍ତି | ମାଓ ପ୍ରଭାବିତ ବୁଥ ଗୁଡିକ ରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ସୁରକ୍ଷାବାହୀନି ପକ୍ଷରୁ ଯାଞ୍ଚ, ପାଟ୍ରୋଲିଂ କରିବା ସହିତ କୁମ୍ବିଂ ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି ।

Leave a comment

Your email address will not be published. Required fields are marked *