#Breaking News #District

ଫିରିଙ୍ଗିଆ ପୋଲିସ ଚଢ଼ାଉ,୩କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୪ ଅଭିଯୁକ୍ତ ଫେରାର


ଫୁଲବାଣୀ ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ଆନ୍ତରୀକ ଉଦ୍ୟମ ରେ ପୋଲିସ ଟିମ ସଦଳ ବଳେ ଭୃଙ୍ଗୀ ଯୋଡ଼ି ପଞ୍ଚାୟତ ର ଡାଡିଲାଇ ଗ୍ରାମ ର

ଜଙ୍ଗଲ ରେ ଥିବା ଏକ କୁଡ଼ିଆ ଘର ଉପରେ ଚଢ଼lଉ କରି ୩ କୁଇଣ୍ଟାଲ ୧୦ କେଜି ଗଂଜେଇ ଜବତ କରିଛି l ତେବେ ଏଥିରେ ସଂପୃକ୍ତ ୪ଜଣ ଅଭିଯୁକ୍ତ ପୋଲିସ ଆଖିରେ ଧୁଳି ଦେଇ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ପୋଲିସ କହିଛି l

ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ ୧୨୬ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l ଫେରାର ଥିବା ଜଣ ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ନାହାକ କହିଛନ୍ତି l
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ପୋଲିସ ସଫଳତା ହାସଲ କରୁଥିବା ଜଣାପଡିଛି l
ମାସ କେଇଟା ମଧ୍ୟରେ ଫିରିଙ୍ଗି ଆ ପୋଲିସ ଏକ ଶହ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରି ସଫଳତା ହାସଲ କରିଛି ।

Leave a comment

Your email address will not be published. Required fields are marked *