#Breaking News

ଆଗକୁ ପୌର ନିର୍ବାଚନ ଜିଉଦୟଗିରି ଏନଏସିରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଯୋରଦାର


ଫୁଲବାଣୀ (ସୁନୀଲ ପଟନାୟକ)
ଆଗକୁ ପୌର ନିର୍ବାଚନ । ମାସ କେଇଟା ଗଲେ ନିର୍ବାଚନ ହେବ। ସହରାଞ୍ଚଳ ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧାସୁଯୋଗ ଯୋଗାଇଦେବାକୁ ସରକାର ବଦ୍ଧପରିକର ।
ଏପଟେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟୀତ୍ଵରେ ନଗର ଉନ୍ନୟନ୍ନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅଛନ୍ତି ।କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ମୁନିସପାଲିଟି ଓ ବାଲିଗୁଡ଼ା ଜି.ଉଦୟଗିରି ଏନଏସିରହିଛି । ଏହି ୩ ଟି ଯାକ ଶାସକ ବିଜେଡି ଦଖଲରେ ଥିଲା ଆଉ ଏବେ ମଧ୍ୟ ପୁଣିଏହି ୩ଟି ଯାକ ଅକ୍ତିଆର କରିବା ଲକ୍ଷ୍ୟରେ ବିଜେଡିରହିଛି । ଏଣୁ ଏହି ୩ଟି ସହରାଞ୍ଚଳରେ ଏବେ ଯୋରସୋରରେ ଉନ୍ନତିମୂଳକ କାମ ଚାଲିଥିବାବେଳେ ଜିଉଦୟଗିରି ଏନଏସିରେ ମଧ୍ୟ ପ୍ରତିସାହୀ ବସ୍ତିର ଲୋକଙ୍କୁ ରାସ୍ତା ଘାଟ , ଡ୍ରେନ ଲାଇଟ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ଲାଗି ନିର୍ବାହୀ ଅଧିକାରୀ ଶ୍ରୀମତି ଇତିଶ୍ରୀ ଷଡ଼ଙ୍ଗୀବଦ୍ଧପରିକର ।
ସମସ୍ତ ଯୋଜନାର ସିଧାସଳଖ ସୁଫଳ ଯେପରି ଲୋକେ ପାଇବେ ସେଥିପ୍ରତି ସେ ସଦାସର୍ବଦା ସତର୍କ ଦୃଷ୍ଟି ରଖିଛନ୍ତି । ସେ ଦାୟୀତ୍ଵ ଗ୍ରହଣ କରିବାର ମାସ କେଇଟା ହୋଇ ନ ଥିବା ବେଳେ ତାଙ୍କର ଆଗ୍ରହ, ନିଷ୍ଠାପରଉଦ୍ୟମ,କାର୍ଯ୍ୟଦକ୍ଷତା,ଦାୟୀତ୍ଵବୋଧ ଯୋଗୁଁବର୍ତ୍ତମ ।ନ ଜିଉଦୟଗିରିସହରରେ ପାର୍କିଙ୍ଗ ଟାଇଲ ପକାଇ ଉନ୍ନତମାନର ସାହି ରାସ୍ତା ନିର୍ମାଣ, ଡ୍ରେନ ନିର୍ମାଣ,କଂକ୍ରିଟ ରାସ୍ତା, ଷ୍ଟ୍ରିଟ ଲାଇଟ, ପାନୀୟ ଜଳ ବ୍ୟବସ୍ଥା କରିବା ଫଳରେ ମହିଳା ନିର୍ବାହୀ ଅଧିକାରୀ ଶ୍ରୀମତି ଷଡଙ୍ଗୀଙ୍କ କାର୍ଯ୍ୟଶୈଳୀକୁ ସ୍ଥାନୀୟ ଲୋକେ ବେଶ ପ୍ରସଂସା କରିଛନ୍ତି। ସେହିପରି ସହରକୁ ସ୍ୱଛ ନିର୍ମଳ କରିବା ଦିଗରେ ତାଙ୍କର ଉଦ୍ୟମ ପ୍ରସ ସଂନୀୟ। ଜନସାଧାରଣ ସହଯୋଗ କଲେ ସେ ଆଗକୁ ଅନେକ ଉନ୍ନୟନ୍ନ ମୂଳକ କାର୍ଯ୍ୟ କରିବାଲାଗି ପ୍ରସ୍ତୁତ ବୋଲି କହିଛନ୍ତି।


ତେବେ ବିଭାଗରେ ଜଣେ ମହିଳା ଯନ୍ତ୍ରୀକୁ ଆଡେ ବ୍ୟାପକ ଦୁର୍ନିତୀ ଚଳାଇଥିବା ଓପିସି ଦାବୀ ବିଭାଗର ସ୍ଵଛ ତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ମହିଳା ଯନ୍ତ୍ରୀ ଫୁଲବାଣୀରେ ରହି ନାନା ଦୁର୍ନିତୀ ଓ ନିମ୍ନ ମାନର କାର୍ଯ୍ୟକରୁଥିବା ନେଇ ଦୃଢ ଅଭିଯୋଗ ହେବା ପରେ ତାଙ୍କୁ ଜି. ଉଦୟଗିରି ଏନଏସି କୁ ବଦଳୀ ହୋଇଥିଲା ତଥାପି ଏଠାରେ ମଧ୍ୟ ମନମାନୀ ଚଳାଇ ଥିବା ଅଭିଯୋଗ ହେଉଛି ।
ଏଣୁ ଏହି ଦୁର୍ନିତୀ ଗସ୍ତ ମହିଳା ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ସହ ଏଠାରୁ ଅନ୍ୟତ୍ର ବଦଳୀଦାବୀ ହେଉଛି ।

Leave a comment

Your email address will not be published. Required fields are marked *