#Education & Job #State

ଆଠଗଡ଼ ଛାତ୍ର ବିଜେଡ଼ି ପକ୍ଷରୁ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି

କେନ୍ଦ୍ର ବିଜେପି ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଙ୍କ ବିରୋଧୀ ନୀତି ବିରୋଧରେ ଆଠଗଡ଼ ଛାତ୍ର ବିଜେଡ଼ି ପକ୍ଷରୁ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଗେଟ୍ ସମ୍ମୁଖରେ ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଛାତ୍ର ବିଜେଡ଼ି ର ଶତାଧିକ ଛାତ୍ରଛାତ୍ରୀ ଏହି ମୋ ଭବିଷ୍ୟତ ସୁରକ୍ଷା ଅଭିଯାନ ରେ ଯୋଗଦେଇଥିଲେ ।ବିଜୁ ଛାତ୍ର ଜନତା ଦଳର ର ଏଭଳି କାର୍ଯ୍ୟ କୁ ଆଠଗଡ଼ ଛାତ୍ର କଂଗ୍ରେସ ଏହାକୁ ବିରୋଧ କରିଥିଲେ। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଭାବେ ଦୀର୍ଘ ୨୮ ବର୍ଷ ଧରି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସଭାପତି ରହିଥିଲେ ମଧ୍ୟ ମହାବିଦ୍ୟାଳୟ ନାମରେ ନିଜସ୍ଵ ଜମି ହୋଇପାରିଲା ନାହିଁ ତତସହିତ ଆଠଗଡ଼ ଉପଖଣ୍ଡ ର ବହୁ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଏଯାଏଁ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ମାନ୍ୟତା ପାଇଁ ପାରିନାହିଁ। ଅନ୍ୟପଟେ ଛାତ୍ର ବିଜେଡି କହିଛି ମହାବିଦ୍ୟାଳୟର ନିଜସ୍ଵ ଜମି ମହାବିଦ୍ୟାଳୟ ନାମରେ ରେଜିଷ୍ଟ୍ରେସନ କରିବା ପାଇଁ ୭୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି ବିଧାୟକ ସମସ୍ତ ପ୍ରକାର ସୁବିଧା କରିଛନ୍ତି ଖୁବ କମ ଦିନ ମଧ୍ୟରେ ମହାବିଦ୍ୟାଳୟ ନାମରେ ନିଜସ୍ଵ ଜମି ହେବ ବୋଲି କହିଛନ୍ତି ପୂର୍ବତନ ଛାତ୍ର ସଭାପତି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ।

Leave a comment

Your email address will not be published. Required fields are marked *