#Breaking News

ସ୍ଵାଧୀନତାର ୭୪ ପରେ ମଧ୍ୟ ଲାଇରାଜୁ ଗ୍ରାମକୁ ବିକାଶ ଅପହଞ୍ଚ , ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଥଇଥାନ ନିଷ୍ପତ୍ତି


ଫୁଲବାଣୀ(ସୁନୀଲ ପଟ୍ ନାୟକ)
ସ୍ଵାଧୀନତାର ୭୪ ବର୍ଷ ପରେ ବି ବିକାଶର ସ୍ଵାଦ ଚାଖିପାରିଲେନି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକ ପୋଡି ପଞ୍ଚାୟତର ଲାଇ ରାଜୁ ଗ୍ରାମ । ଗ୍ରାମରେ ମାତ୍ର ୧୨ ଘର ରହିଛି। ଜନସଂଖ୍ୟା ୫୫ ପାଖାପାଖି
ଜୀବନ ଜିବିକା ପାଇଁ ସକାଳ ପାଇଲେ ପେଟ ପାଇଁ ନିତି ଲୋକେ ଲଢେଇ କରନ୍ତି ।
ରାସ୍ତା ନାହିଁ ପାନୀୟ ଜଳ, ବିଦ୍ୟୁତ ଆଦି କୌଣସି ସୁବିଧା ନାହିଁ ଗ୍ରାମରେ ।
ଫଳରେ ବିଳମ୍ବରେ ହେଲେ ବି ପ୍ରଶାସନ ପକ୍ଷରୁ ଏହି ଗ୍ରାମର ଗ୍ରାମବାସୀ ଙ୍କୁ ସେହି ପଞ୍ଚାୟତର ଅନ୍ୟତ୍ର ଥଇ ଥାନ କରାଯିବା କୁ ନିଷ୍ପତ୍ତି ନିଆଯାଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାନଙ୍କ ପାଇଁ ଜାଗା ଚିହ୍ନଟ ମଧ୍ଯ ସରିଲାଣି।
ମାଲିକ ପୋଡି ପଞ୍ଚାୟତରେ ମୁକୁଲିଙ୍ଗି ଆଗ୍ରାମ ନିକଟରେ ଚିହ୍ନଟ କରାଯାଇଛି ନୂଆଠିକଣା।
ସେଠାରେ ପ୍ରତି ପରିବାରକୁ ୪ ଡ଼େସିମିଲଲେଖାଏ ଜମି ଯୋଗାଇଦିଆଯିବ।
କେଉଁ ସ୍ଥାନରେ ରହିବେ ତାହା ଲଟେରୀ ମାଧ୍ୟମରେ ସ୍ଥିର କରାଯିବ ।
ସେଠାରେ ବସତି ସ୍ଥାପନ କରିବାପରେ ସରକାରୀ ନିୟମ ପ୍ରକାରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।
କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦାଡି ବାଲିଗୁଡ଼ ଉପଜିଲାପାଳ ଡ.ଶୁଭଙ୍କର ମହାପାତ୍ର, ତହସିଲଦାର ଓ ଅତିରିକ୍ତ ତହସିଲଦାର ମିଶି ତୁହାକୁ ତୁହା ବୈଠକ କରି ସମାଧାନ ର ସୂତ୍ର ବାହାର କରିଛନ୍ତି।ବହୁତ ବୁଝାସୁଝା କରିବାପରେ ଲାଇ ରାଜୁ ଗ୍ରାମବାସୀ ରାଜି ହୋଇଛନ୍ତି ।

Leave a comment

Your email address will not be published. Required fields are marked *