#Breaking News #Uncategorized

ଚକାପାଦ ବନ୍ଧ ଖମଣ ଗ୍ରାମବାସୀ ଅନ୍ଧାରରେ


ଟ୍ରାନସଫରମର ମରାମତି ହେଉନି ।
ଫୁଲ ବାଣୀ- (ସୁନୀଲ ପଟନାୟକ)
ସରକାର ଦିନଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା ଓ ବିଜୁ ଗ୍ରାମ୍ୟ ଜ୍ୟେ ।ତି ଯୋଜନାରେ ସବୁ ଗ୍ରାମକୁ ବିଜୁଳୀ ଆଲୋକ ଯୋଗାଇ ଦେଉଛନ୍ତି । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାସ ମାସ ଧରି ଗ୍ରାମଗୁଡିକ ଅନ୍ଧାରରେ ରହୁଛି । ଅଭିଯୋଗ କଲେ ବି ବିଭାଗୀୟ ଯନ୍ତ୍ରୀମାନେ ଶୁଣୁ ନାହାନ୍ତି। ଲୋକେ ଏବେ ପ୍ରବଳଗରମରେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି ।
ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ବ୍ରାହ୍ମଣପାଦ ପଞ୍ଚାୟତର ବନ୍ଧଖମଣ ଗ୍ରାମ ରୁ । ଗତ ପ୍ରାୟ ମାସେ ପାଖାପାଖି ହେବ ଗ୍ରାମବାସୀ ଅନ୍ଧାରରେ ଅଛନ୍ତି। ଏହି ଗ୍ରାମରେ ଦୁଇଶହ ଲୋକ ବସବାସ କରୁଛନ୍ତି ।
ହେଲେ ଟ୍ରାନସଫରମର ପୋଡି ଯାଇଛି ଅନେକ ଦିନ ହେଲା । ମରାମତି ପାଇଁ ବାରମ୍ଵାର ଯନ୍ତ୍ରୀକୁ ଜଣାଇ ଥିଲେ ବି ସେ ଦେଖିବା କରିବା ବୁଝିବା କହି ଦିନ ପରେ ଦିନ ଗଡ଼ାଇବାରେ ଲାଗିଛନ୍ତି। କେବେ ମରାମତି ହେବ ଟ୍ରାନସଫରମର ଆଉ ବିଦ୍ୟୁତ ଆସିବଗାଁକୁ ବୋଲି ପ୍ରଶ୍ନକହିଛନ୍ତି ଗ୍ରାମ ବାସୀ ।
ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ନିମ୍ନମାନର ଯନ୍ତ୍ରପାତୀ ଲଗାଯାଉଥିବା ଫଳରେ ଏଭଳି ସମସ୍ୟାମାନ ସୃଷ୍ଟି ହେଇଥିବା କୁହାଯାଉଛି।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ ବିହୀତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
.

Leave a comment

Your email address will not be published. Required fields are marked *