#Breaking News #District

ନାବାଳିକାର ମୃତଦେହ ସାର୍ତ୍ତ।ଗୁଡା ନଦୀରୁ ଉଦ୍ଧାର


ଫୁଲବାଣୀ( ଉଲ୍ଲାପ୍ର )
କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ରହୁଥିବା ୮ ବର୍ଷ ନାବାଳିକା ର ମୃତ ଦେହ କ ଆଜି ଅଗ୍ନିଶମ ବିଭାଗ ଉଦ୍ଧାର ହୋଇଛି । ନଦୀ ଖଣ୍ଡି ସାହା ର ଅନାଥ ଜାନି ଙ୍କ ନାବାଳିକା ଝିଅ ଗତ ୫ ତାରିଖରୁ ଦୀର୍ଘ ୩ ଦିନ ହେଲା ନିଖୋଜ ହୋଇଯାଇଥିଲା l ନାବାଳିକା ର ବାପା ମା ଙ୍କ ସହ ପରିବାର ଲୋକେ ଖୋଜାଖୋଜି ପରେ ଝିଅର ସନ୍ଧାନ ନ ପାଇବାରୁ ଫୁଲବାଣୀ ଗାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତେଲା ପାଇ ପୋଲିସ କେସ ନମ୍ବର -୨୦୪/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ତେବେ ‘ଆଜି ସାର୍ତ୍ତା ଗୁଡ଼ା ନିକଟ ପାରି ଗାଁ ନଦୀ ନିକଟରେ ଏକ ଶବ ଭାସୁଥିବର ଦେଖି ଗ୍ରାମବାସୀ ଫୁଲବାଣୀ ଦମକଳ ବାହିନୀ ଓ ପୋଲିସ କୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ପୋଲିସ ଉପସ୍ଥିତିରେ ଶବ ଉଦ୍ଧାର କରିଥିଲେ। ଆଉ ଏହି ମୃତ ଦେହ ଅନାଥ ଜାନୀ ଙ୍କ ନିଖୋଜ ଝିଅ ର ବୋଲି ଜଣା ପଡିଛି ।
ତେବେ, କିଭଳି ଓ କେଉଁ ପରିସ୍ଥିତିରେ ନାବାଳିକା ର ମୃତ୍ୟୁ ଘଟିଥିଲା ତାହା ସ୍ପଷ୍ଟ ହୋଇନି ।

Leave a comment

Your email address will not be published. Required fields are marked *