#Breaking News #Uncategorized

୬ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗ6ଜଂଇ ଜବତ, ଜଣେ ଗିରଫ


ଫୁଲବାଣୀ-( ସୁନୀଲ ପଟନାୟକ)ଗୋଛାପଡା ପୋଲିସ କୁ ମିଳିଛି ବଡ ସଫଳତା l ଶୁକ୍ରବାର ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ । ବଧାନ ରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନା ଏକ ଙ୍କ ନେତୃତ୍ଵରେ ପୋଲିସ ଟିମ ବାଘଡୁଗରୀ ଗ୍ରାମ ଉପରେ ଚଢ଼ାଉ କରି ୬କୁଇଣ୍ଟାଲ ଗ6ଜଂ ଇ ଜବତ କରିବା ସହ ଏ ସଂପର୍କରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି ।
ଗିରଫ ଅଭିଯୁକ୍ତ ଜଣକ ବାଘଡ଼ୁଗରୀ ଗ୍ରାମର ଗଜେନ୍ଦ୍ରବିଶି, Iଫେରାର ଥିବା ଅନ୍ୟ ୪ ଜଣ ଅଭିଯୁକ୍ତ ସେହି ଗ୍ରାମର ବୋଲି ଗୋଛାପଡ଼ାପୋଲିସ କହିଛି । ଏମାନେ ଏସବୁ ଗ6ଜଂ ଇକୁ ଗାଡିରେ ଅନ୍ୟତ୍ର ଚାଲାଣ କରିବାଲାଗି ପ୍ରସ୍ତୁତ ହେଉଥିବାବେଳେ କୌଣସି ସୁତ୍ରରୁ ପୋଲିସ ଖବର ପାଇ ଅତର୍କିତ ତଢ଼ାଉ କରିଥିଲା। ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନନ।ଏକ ଙ୍କ ନିଷ୍ଠାପର ଉଦ୍ୟମ ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଛୁଅ କୁଇଣ୍ଟାଲ ଗ6ଜଂ ଇ ଜବତ ହୋଇପାରିଲା ବୋଲି କୁହାଯାଉଛି।
ଏନେଇ
ପୋଲିସ ୩୧ / ୨୧ ଧାରା ୨୦ ବି”( !!),Cଏନଡିପିଏସ ଏକଟ ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାଲାଗି ପୋଲିସର ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି ଓ ଅତି ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲିଥାନା ଅଧିକାରୀ ତୃପ୍ତି ରଂଜନ ନାଏକ କହିଛନ୍ତି ।
ପୋଲିସର ଏତେ ଚଢାଉ ସତ୍ତ୍ଵେ ଗୋଛାପଡ଼ା ଥାନା ଇଲାକାରେ ଗ6ଜଂ ଇ ଚୋରାଚାଲାଣ ରୋକିବାର ନାଁ ଧରୁନି ।ଫଳରେ ପୋଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *