#Breaking News

ନୂତନ ବର୍ଷରେ କଳାକାର ବୈଠକ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଭଟଲି ଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି। ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ,ମିଳିତ କଳାକାର ମଞ୍ଚ ର ସଭାପତି ଶଙ୍କର ପଟ୍ଟନାୟକ, ବରିଷ୍ଠ କଳାକାର ଗାନ୍ଧୀ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଥିବା ଯୁବ ଓ ବରିଷ୍ଠ କଳାକାର ସଂପର୍କରେ ଆଲୋଚନା କରାଯାଇଥିଲା। ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ମହାସଂଘ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏବଂ ବରିଷ୍ଠ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

Leave a comment

Your email address will not be published. Required fields are marked *