#Uncategorized

ନାମ ନେଲେ ମହିଳା ଫରେଷ୍ଟ ଗାର୍ଡ

ଗର୍ଭବତୀ ମହିଳାଙ୍କୁ ବାଡେଇ ନିଜର ଔଦ୍ଧତ୍ୟ ପଣିଆ ଦେଖେଇବାରୁ ନିଲମ୍ବନ ହେଲେ

କଥାରେ ଅଛି କ୍ଷୀର ଉତୁରିଲେ ଚୁଳିକି ଯାଏ, ମଣିଷ ଉତୁରିଲେ ମୂଳରୁ ଯାଏ, ମହିଳା ହୋଇଥିବାରୁ ପୁରୁଷ ମାନଙ୍କ ଦୟା କୁ ନିଜର ଅଧିକାର ଭାବୁଛନ୍ତି.

ମୟୁରଭଞ୍ଜ ଜିଲା କରଞ୍ଜିଆ ବହାପାନପୋଷି ଗ୍ରାମରେ କାଠ ଚୋରି ଘଟଣାକୁ କେନ୍ଦ୍ରକରି ଜଣେ ୬୫ ବର୍ଷର ବୃଦ୍ଧା ଓ ତାଙ୍କର ଗର୍ଭବତୀ ନାତୁଣୀଙ୍କୁ ମହିଳା ଫରେଷ୍ଟ ଗାର୍ଡ ନିଜର ମାନବିକତା ଭୁଲି ମାଡ ମାରିଥିବା ଅଭିଯୋଗ ହୋଇଛି,ଗର୍ଭବତୀ ମହିଳା ଜଣକ ଗୁରୁତର ଆହତ ହୋଇ କରଞ୍ଜିଆ ମେଡ଼ିକାଲ ରେ ଭର୍ତି ହୋଇଛନ୍ତି,

ଏହାର ପ୍ରତିବାଦରେ ସମ୍ପୃକ୍ତ ଅଂଚଳର ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତା ରୋକ କରିବା ସହିତ ମହିଳା ଫରେଷ୍ଟ ଗାର୍ଡ ଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି, ଏହି ଘଟଣା ନେଇ ସମ୍ପୃକ୍ତ ମହିଳା ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ

Leave a comment

Your email address will not be published. Required fields are marked *