#Breaking News #Uncategorized

ବିକାଶ ହସ୍ପିଟାଲ ରେ କାକିନାଡ଼ା ର ଇନୋଦୟ ହସ୍ପିଟାଲ ସହଯୋଗ ରେ ଆରମ୍ଭ ହେବ ମେଦ ବହୁଲତା ଅସ୍ତ୍ରୋପଚାର


ବରଗଡ : ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ବିକାଶ ମଲ୍ଟି ସ୍ପେଶଲିଟି ହସ୍ପିଟାଲ ରେ ହେବାକୁ ଯାଉଛି ବେରିୟଟ୍ରିକ ସର୍ଜରୀ ବା ମେଦ ବହୁଲତା ଅସ୍ତ୍ରୋପଚାର। କାକିନାଡ଼ା ର ଇନୋଦୟ ହସ୍ପିଟାଲ ର ସହଯୋଗ ରେ ହେବାକୁ ଯାଉଥିବା ଏହି ପ୍ରକ୍ରିୟା ରେ ଇନୋଦୟ ହସ୍ପିଟାଲ ର ଚେୟାରମେନ ତଥା ଏଡଭାନସ ଲେପ୍ରୋସ୍କପିକ୍ ସର୍ଜନ୍ ଡାକ୍ତର ଜି.ରାମ ମୋହନ ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ବେଳେ ତାଙ୍କୁ ସହଜୋଗ କରିବେ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ର ଜେନେରାଲ ଓ ଏଡଭାନସ ଲେପ୍ରୋସ୍କପିକ୍ ସର୍ଜନ ଡାକ୍ତର ସୁଶାନ୍ତ ମେହେର ଓ ଜେନେରାଲ ଲେପ୍ରୋସ୍କପିକ୍ ସର୍ଜନ ଡ଼ାକ୍ତର ଭି. ସତିବାବୁ।ମେଦବହୁଳତା ବା ଓବେସିଟି ବର୍ତ୍ତମାନ ସମୟରେ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହା ଦ୍ଵାରା ଦେଶର ଅଧିକ ଲୋକ ଆକ୍ରାନ୍ତ। ଏଥିପାଇଁ ମଧୁମେହ, ହୃଦସମ୍ପର୍କିତ ରୋଗ, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଆଦି ରୋଗ ହୋଇଥାଏ। ତେଣୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଦ୍ଵାରା ଏହାର ସମାଧାନର ବାଟ ବାହାର କରାଯାଇପାରିଛି।ପଶ୍ଚିମ ଓଡ଼ିଶାରେ ବିଶେଷ କରି ବରଗଡ ଜିଲ୍ଲାରେ ମେଦ ବହୁଳତା ଏକ ବହୁତ୍ ବଡ ସମସ୍ୟା ଭାବରେ ଦେଖାଦେଇଥିବାରୁ ଏହି ବେରିୟେଟ୍ରିକ ବା ମେଦ ବହୁଳତା ଅସ୍ତ୍ରୋପଚାର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ରେ ଆରମ୍ଭ ହେଉଥିବାରୁ ଏହି ଅଞ୍ଚଳର ବହୁ ଜନସାଧାରଣ ଏହାର ଫାଇଦା ନେଇ ସୁସ୍ଥ ଜୀବନ ଯାପନ କରିବା ର ଏକ ମାର୍ଗ ପାଇ ପାରିବେ।ଏହି ଅସ୍ତ୍ରୋପଚାର ସମୟରେ ଜଣେ ମେଦ ପ୍ରାବଲ୍ୟ ବ୍ୟକ୍ତି ଉପରେ ବହୁ ପ୍ରକାର ର ଅସ୍ତ୍ରୋପଚାର କରାଯାଇଥାଏ। ଦୀର୍ଘ ସମୟ ଧରି ମେଦ ବହୁଳ ଥିବା ବ୍ୟକ୍ତି ଉପରେ ଦୀର୍ଘ ଦିନ ଧରି ଓଜନ ହ୍ରାସ କରିବା ପାଇଁ ଷ୍ଟାଣ୍ଡ।ଡ କେୟାର ପ୍ରସ୍ୟୁଯୋର୍ ( ରକ୍ସ୍ ଏନ- ୟା ବାଏ ପାସ, ସ୍ଲିପ୍ ଗେଷ୍ଟ୍ରେକ୍ଟମି, ମିନି ଗେଷ୍ଟ୍ରିକ ବାଏ ପାସ) ସହ ହର୍ମନ ଯେଉଁଟା କି ଭୋକ ଅତ୍ୟଧିକ ବଢାଇଥାଏ ତାକୁ ନିୟନ୍ତ୍ରଣ କୁ ଆଣିଥାଏ।ଫଳରେ ଜଣେ ଅତି ମେଦ ସମ୍ପର୍ନ୍ନ ବ୍ୟକ୍ତି ର ଧୀରେ ଧୀରେ ଓଜନ ହ୍ରାସ ହେବା ସହ ମଧୁମେହ ରୁ ମୁକ୍ତି ପାଇବା ସହ ସୁସ୍ଥ ଜୀବନ ଆରମ୍ଭ କରି ପାରିବ।ଏହା ଦ୍ବାରା ହୃଦଘାତ ଜନିତ ସମସ୍ୟା ରୁ ମଧ୍ୟ ମୁକ୍ତି ପାଇବା ର ବାଟ ବାହାରିଥାଏ। ଏଠାରେ ଇଣ୍ଟ୍ରା ଗେଷ୍ଟ୍ରିକ୍ ବେଲୁନ ପ୍ରତିରୋପଣ ମଧ୍ୟ କରାଯାଇ ପାରିବ ଯଦ୍ୱାରା ମେଦ ବହୁଳ ଥିବା ବ୍ୟକ୍ତି ର ଖୁବ ଶୀଘ୍ର ଓଜନ ହ୍ରାସ ହୋଇ ଶୀଘ୍ର ସୁସ୍ଥ ଜୀବନ ଆରମ୍ଭ କରି ପାରିବ।ତେଣୁ ନିଜ ହାତ ପାହାନ୍ତା ରେ ଏଭଳି ପ୍ରକାର ଅସ୍ତ୍ରୋପଚାର ସୁବିଧା ଫଳରେ ଏହି ଅଞ୍ଚଳର ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି।

ବିକାଶ ମଲ୍ଟି ସ୍ପେଶଲିଟି ହସ୍ପିଟାଲ ରେ କ୍ୟାନସର ରୋଗ ର ଚିକିତ୍ସା ସେବା ଆରମ୍ଭ।

ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ରେ ନୂତନ କର୍କଟ ରୋଗ ବିଶେଷଜ୍ଞ (ଶଲ୍ୟ ବିଭାଗ) ଭାବରେ ଡାକ୍ତର ଭାରତ ଚନ୍ଦ୍ର ମିଶ୍ର ଙ୍କ ଯୋଗଦାନ ଫଳରେ ଏଠାରେ
କ୍ୟାନ୍ସର ରୋଗୀ ମାନେ ବିଶେଷ ଉପକୃତ ହୋଇ ପାରିବେ।
ଡାକ୍ତର ମିଶ୍ର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ରୁ ଏମ.ବି.ବି.ଏସ ସରିବା ପରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ରୁ ଜେନେରାଲ ସର୍ଜରୀ ରେ ସ୍ନାତକୋତ୍ତର ପାଠ ସାରିଥିଲେ।ସେଠାରେ ସେ ଶ୍ରେଷ୍ଠ ସ୍ନାତକୋତ୍ତର ଛାତ୍ର ଭାବରେ ବିଶ୍ଵବିଦ୍ୟାଳୟ ସ୍ଵର୍ଣ୍ଣପଦକ ଲାଭ କରିଥିଲେ।ପରେ ଦିଲ୍ଲୀ ସ୍ଥିତ ଭାରତ ର ଅନ୍ୟତମ ଲବ୍ଧ ପ୍ରତିଷ୍ଠାନ ସଫଦର୍ଜଙ୍ଗ ହସ୍ପିଟାଲ୍ ରେ ସର୍ଜିକଲ୍ ଅଙ୍କୋଲଜୀ ରେ ସିନିୟର୍ ରେଶିଡେନସିପ୍ ସାରି କୋଲକୋତା ସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ,ଦିଲ୍ଲୀ ସ୍ଥିତ ବି. ଏଲ.କେ ହସ୍ପିଟାଲ୍,ଜେପି ସୁପର ସ୍ପେଶାଲିଟି ହସ୍ପିଟାଲ୍ ରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଗୁଜୁରାଟ ର ସୁରଟ ସହରରେ ସ୍ଥିତ ଭାରତ କ୍ୟାନ୍ସର ହସପିଟାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ରେ କର୍କଟ ରୋଗ (ଶଲ୍ୟ ବିଭାଗ) ରେ ସର୍ଜିକାଲ୍ ଅଙ୍କୋଲଜି ରେ ସୁପର ସ୍ପେଶିଆଲାଇଯେଶନ ସାରି ବରଗଡ଼ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ରେ ଯୋଗ ଦେଇଛନ୍ତି। ଡାକ୍ତର ମିଶ୍ର ଙ୍କ ଯୋଗଦାନ ଫଳରେ ବରଗଡ଼ ତଥା ପଶ୍ଚିମ ଓଡ଼ିଶା ର କ୍ୟାନ୍ସର ରୋଗୀ ମାନେ ବହୁ ମାତ୍ରାରେ ଲାଭାନ୍ଵିତ ହୋଇ ପାରିବେ। ମୁଖ ଗହ୍ଵର କର୍କଟ, ଥାଇରଏଡ କର୍କଟ, ସ୍ତନ କର୍କଟ ,ସ୍ତ୍ରୀ ରୋଗ କର୍କଟ, ପେଟ ଜନିତ କର୍କଟ ଯଥା ଅନ୍ତଃ ନଳୀ କର୍କଟ,ଯକୃତ ଜନିତ କର୍କଟ,ବୃକକ ଜନିତ କର୍କଟ, ଖାଦ୍ୟ ନଳୀ ଜନିତ କର୍କଟ, ହାଡ ଜନିତ ସମସ୍ତ ପ୍ରକାର କର୍କଟ ରୋଗୀ ଚିକିତ୍ସା ପାଇ ପାରିବେ ।
ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଙ୍କ ଠାରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଏଠାରେ କ୍ୟାନ୍ସର ରୋଗୀ ମାନେ କେମୋ ଥେରାପି ସୁବିଧା ପାଇ ପାରିବେ।

Leave a comment

Your email address will not be published. Required fields are marked *