#Breaking News #Uncategorized

ଆଳୁ ପିଆଜରକଳାବଜାରୀ କୁ ରୋକିବା ପାଇଁ ଗୋଦାମ ଉପରେ ଚଢ଼ାଉ


ଫୁଲ ବାଣୀ- (ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୫ ରୁ୧୯ଯାଏ ୧୪ଦିନିଆ ଲକ ଡ଼ାଉନ ଘୋଷଣା କରିବା ଫଳରେ ଏହାର ସୁଯୋଗ ନେଇ କିଛି ମୁନାଫା ଖୋର ବ୍ୟବସାୟିମାନେ ନିତ୍ୟ ବ୍ୟବହାର୍ଯ୍ୟ,ଆଳୁ ଓ ପିଆଜ ଆଦିର ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେବା ଫଳରେ ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ ସହର ର ବିଭିନ୍ନ ଆଳୁ ପିଆଜ ହୋଲସେଲ ଦୋକାନ, ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ କରିବା ସହ ଷ୍ଟକ ଆଦି ଯାଞ୍ଚ କରିଥିଲେ।
ଦୋକାନରେ ଷ୍ଟକଲିଷ୍ଟ ମାରିବା ସହ ଠିକ ଓଜନ ଓ ଦରରେ ଗ୍ରାହକମାନଙ୍କୁ ଜିନିଷପତ୍ର ଦେବା ଲାଗି ତାଗିଦ କରିଥିଲେ।
ଚଢାଉ ବେଳେ,ଜିଲ।ଯୋଗାଣ ବିଭାଗ ଅଧିକାରୀ ଓ ଇନ୍ସପେକ୍ଟର ସମେତ ବହୁ କର୍ମଚାରୀ ଚଢାଉ କରିଥିଲେ ।
ସେହିପରି ବାଲିଗୁଡ଼ା, ଜିଉଦୟଗିରୀ ସମେ ତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଶାସନ ପକ୍ଷରୁ ଆଳୁ ପିଆଜ କଳାବଜାରୀ କୁ ରୋକିବା ପାଇଁ ସତର୍କ ଦୃଷ୍ଟି ରଖାଯାଇଛି ।
ତେବେ ଜିଲ୍ଲାରେ ଆଳୁ ପିଆଜ ସମେତ ସମସ୍ତ ଖାଦ୍ୟସାମଗ୍ରୀ ମହଯୁଦ ଅଛି ଏଣୁ ବ୍ୟସ୍ତ ହେବାର କିଛିନାହିଁ. ଅଜଥା ଭିଡ଼ ନ ଜମାଇ ଆବଶ୍ୟକତା ଅନୁସାରେ ଜିନିଷ କିଣନ୍ତୁ ବୋଲି କନ୍ଧମାଳ ଏସପି ଭିନିତ ଅଗ୍ରୱ। ଲ କହିଛନ୍ତି ।
ସେହିପରି ଘରେ ରୁହନ୍ତୁ ।ସୁସ୍ଥ ରୁହନ୍ତୁ ଆବଶ୍ୟକସ୍ଥଳେ ପଦାକୁ ଆସିଲେ ମାସ୍କପିନ୍ଧିବା ସହ , ସାମାଜିକ ଦୂରତା ରକ୍ଷା କରିବା, ବାରମ୍ଵାର ହାତ ସାନିଟାଇଜ କରିବାଲାଗି ପରାମର୍ଶ ଦେଇ ଛନ୍ତି ଏସପି ଅଗ୍ରୱାଲ, l

Leave a comment

Your email address will not be published. Required fields are marked *