#Uncategorized

ସି ଆର ପି ଏଫ. ପକ୍ଷରୁ ଶ୍ରୀ ରାମ ପୁର ରେ ମାଗଣା କମ୍ପୁଟର ଶିକ୍ଷା ପ୍ରଦାନ


ଫୁଲବାଣୀ -(ସୁନୀଲ ପଟ ନାୟକ )
କନ୍ଧମାଳ ଜ଼ିଲା କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗମତଥା ମାଓ ଇଲାକା ଭାବେ ପରିଚିତ ଶ୍ରୀରାମ ପୁର ରେ ସି ଆର ପି ଏଫ. ଅଷ୍ଟମ ବାଟାଲିୟନ ପକ୍ଷରୁ ମାଗଣା କଂପୁଟର ଶିକ୍ଷା ର ଶୁଭାରମ୍ଭ କରାଯାଇଛି l
ଏହା ଦ୍ୱାରା ଅଂଚଳ ର ଶିକ୍ଷିତ ଯୁବକ ଯୁବତୀ ମନେ ବହୁ ସଂଖ୍ୟାରେ ଉପକୃତ ହୋଇପାରିବେ ବୋଲି .. ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଅଷ୍ଟମ ବାଟାଲିଅନ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସ ଏନ. ଫ୍ରାନ୍ସିସ ତିର୍କି କହିଛନ୍ତି l
ସେହିପରି ସାମ୍ମ l ନିତ ଅତିଥୀ ଭାବେ ଜ଼ିଲା ପରିଷଦ ସଭ୍ୟ ଲୁର୍ଦୁ ପ୍ରଧାନ, ଶ୍ରୀରାମ ପୁର ସର ପଞ୍ଚ ଆନନ୍ଦି ମଲିକ ପ୍ରମୁଖ ଯୋଗ ଦେଇ ସି ଆର ପି ଏଫ ବାଟାଲିୟନ ର ଯବାନ ମନେ ଜନସାଧାରଣ ଙ୍କୁ କେବଳ ସୁରକ୍ଷା ପ୍ରଦାନ କରୁନାହାନ୍ତି ତା ସହ ସଂପୃକ୍ତଅଂଚଳ ର ଲୋକ ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା ଆଦି ପ୍ରତି ମଧ୍ୟ ବିଶେଷ ଦ୍ରୁଷ୍ଟି ଦେଉଛନ୍ତି ବୋଲି କହିବା ସହ ସେମାନଙ୍କୁ ସାଧୁ ବାଦ ଜଣାଇଥିଲେ l


ପୁର୍ବରୁ ଏହି ବାଟାଲିୟନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ବୃକ୍ଷ ରୋପଣ, ସହ ମାଗଣା ପାଠ୍ୟ ପୁସ୍ତକ, ସୋଲାର ଲେମ୍ପ, କମ୍ବଳ, ଆଦି ଅଵଶ୍ୟକ ଜିନିଷ ମଧ୍ୟ ପ୍ରଦାନ କରାଯାଇ ଆସୁଛି, l
ବର୍ତମାନ କଂପୁଟର ଶିକ୍ଷା ଦେବା ଫଳରେ ଅଂଚଳ ର ଯୁବକ ଯୁବତୀ ମlନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥୀ ଦ୍ବୟ କହିଛନ୍ତି., l.
ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦେବା ସହ ସଚେତନତା ସୃଷ୍ଟି କରିବା .ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟମାନ କରି ଅଷ୍ଟମ ବାଟାଲିୟନର ସିଆରପିଏଫ ଜବାନମାନେ
ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇଥିବା ଦେଖାଯାଇଛି ।

Leave a comment

Your email address will not be published. Required fields are marked *