#Breaking News

ଏକ କୋଟି ଟଙ୍କାରେ ନିର୍ମିତ ସରକାରୀ କୋଠା କାହାର?


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୃଷି ବିଭାଗ ଅନ୍ତର୍ଗତ କୃଷି ଫାର୍ମ ମଧ୍ୟରେ ନିର୍ମାଣ ଧୀନ ଦୁଇ ମ ହଲା କୋଠା କେଉଁ ବିଭାଗର ଏବଂ କିଏ ନିର୍ମାଣ କରୁଛି? ତାହା ସ୍ପଷ୍ଟ ଭାବେ ଜଣା ପଡ଼ୁ ନାହିଁ!ସେଠାରେ କୌଣସି ଫଳକ ବି ଲଗା ଯାଇ ନାହିଁ!ବିଭିନ୍ନ ଉନ୍ନୟନ ଯୋଜନା ରେ କାମ ଆରମ୍ଭ ପୂର୍ବରୁ ଡିସପ୍ଲେ ବୋର୍ଡ଼ ପ୍ରଦର୍ଷିତ କରିବା ଜରୁରୀ!କିନ୍ତୁ ଗତଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି ଏହି ନିର୍ମାଣ ଧୀନ କୋଠା ର ନାମ ଓ ଠିକଣା ଲେଖା ଯାଇ ନାହିଁ!
କୋଠା ସାମ୍ନାରେ ଫାଟକ ବି ରହିଛି!ତା ସାଙ୍ଗକୁ ଏକ ଷାଠିଏ ଫୁଟ ସି ସି ରୋଡ ବି ରହିଛି! ଖବର ନେବାରେ ଜଣାପଡିଛି ଯେ କୃଷିବିଭାଗ ଫାର୍ମ ମଧ୍ୟରେ ନିର୍ମାଣ ହେଉଥିଲେବି କୃଷି ବିଭାଗ ଜାଣିନଥିବା କହୁଛି l
ଏ ନେଇ ଠିକାଦାର ଙ୍କୁ ପଚାରିଲେ ଆଇ ଟି ଡି ଏ ଦ୍ୱାରା ନିର୍ମାଣ କରା ଯାଉଥିବା କହୁଛି l ତେବେ ବିଭାଗ ଚୁପ ରହୁଥିବା ରୁ ସନ୍ଦେହ ସୃଷ୍ଟି ହେଉଛି l
ଏହାର ବ୍ୟୟ ଅଟକଳ କେତେ କିଏ ତିଆରି କରୁଛି, ଲକ୍ଷ ଉଦେଶ୍ୟ କଣ ଜଣାପଡ଼ୁନି l
ଜ଼ିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *