#Uncategorized

ତୈଳଦର ବୃଦ୍ଧି ପ୍ରତିବାଦରେ ନରେନ୍ଦ୍ର ମୋଦିଙ୍କ ଫଟୋକୁ ଚିରିଲେ ଯୁବକଂଗ୍ରେସ କର୍ମୀମାନେ


ଆଠଗଡ(ଉଲାପ୍ର)ସାରା ଦେଶରେ ତୈଳଦର ହୁହୁ ହୋଇ ବଢ଼ିବାରେ ଲାଗିଛି ହେଲେ କମିବାର ନାଁଧରୁନି। ଯାହାକୁ ନେଇ ଦେଶର ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏହାର ପ୍ରତିବାଦ କରିବାକୁ ଯାଇ ଜାତୀୟ କଂଗ୍ରେସର ଡାକରାରେ ଆଜି କଟକ ଜିଲ୍ଲା ଆଠଗଡ଼ କଂଗ୍ରେସ ପକ୍ଷରୁ ଆଠଗଡ଼ ସହର ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଗୁଡିକ ରେ ଲାଗିଥିବା ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀଙ୍କ ଫଟୋରେ କଳାଦାଗ ଲଗାଇବା ସହିତ ପୋଷ୍ଟର ଗୁଡିକ ଚିରି ପକାଇଥିବା ଦେଖିବାକୁ ମିଳିଛି।ଆଠଗଡ଼ ଛାତ୍ର କଂଗ୍ରେସ ପକ୍ଷରୁ ଏହି ପୋଷ୍ଟର ଚିରା ଅଭିଯାନ ଜାରି ରହିଛି। ଯେ ପର୍ଯ୍ୟନ୍ତ ତୈଳଦର ହ୍ରାସ ନ ହୋଇଛି ସେ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ତାର ପ୍ରତିବାଦ କରିବା ସହ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଆଠଗଡ଼ ରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟନାୟକ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *