#Uncategorized

ଅଗ୍ନିକାଣ୍ଡ ବିପନ୍ନ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ

କନ୍ଧମାଳ,(ଉଲାପ୍ର): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ବଲସକୁମ୍ଫା ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ର ବାରିଆଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରରେ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟି ଗ୍ରାମର ସିମାଞ୍ଚଳ ସାହୁ, ପ୍ରତାପ ସାହୁ, ବିରଞ୍ଚି ନାରାୟଣ ସାହୁ, କାହ୍ନୁ ଚରଣ ସାହୁଙ୍କ ୪ ବଖରା ଘର ସଂପୂର୍ଣ୍ଣଭାବେ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇଁ ଫୁଲବାଣୀ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଘରର ସମସ୍ତ ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ସୋମବାର ଅଗ୍ନି ବିପନ୍ନଙ୍କ ପାଖରେ ଖଜୁରିପଡ଼ା ତହସିଲଦାର ସପ୍ନିତା ନାୟକ ଓ ରାଜସ୍ୱ ନରୀକ୍ଷକ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ୍ ପ୍ରଦାନ କରିଛନ୍ତି। ସେହିଭଳି ଟିଟ୍ରାପଙ୍ଗା ସରପଞ୍ଚ ଗୀତାଞ୍ଜଳୀ ଜାନୀ, ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ଦିଗାଲ, ସମିତିସଭ୍ୟା ମୋନିସା ଦିଗାଲ ଓ ସଂଜିବ ଲୋଚନ ପ୍ରଧାନ ପ୍ରମୁଖ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave a comment

Your email address will not be published. Required fields are marked *