#Breaking News

୩ବ୍ଲକରେ ନୂତନସହକାରୀ ଯନ୍ତ୍ରୀ ନିଯୁକ୍ତି.ଉନ୍ନୟନ କାର୍ଯ୍ୟ ତ୍ୱରାନ୍ଵିତ ସମ୍ଭାବନା


ଫୁଲ ବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ୧୨ ବ୍ଲକ ମଧ୍ୟରୁ ଅଧାରୁ ଅଧିକ ବ୍ଲକ ରେ ସହକାରୀ ଯନ୍ତ୍ରୀ ପଦବୀ ଖାଲିପଡିଥିଲା ଫଳରେ ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ।
ତେବେ ବିଳମ୍ଵରେ ହେଲେ ବି ସରକାର ସହକାରୀ ଯନ୍ତ୍ରୀ ପଦବୀକୁ ପଦନ୍ନୋତୀ ପାଇଥିବା ୩ ଜଣ କନିଷ୍ଠ ଯନ୍ତ୍ରୀ ଙ୍କୁ ସହକାରୀ ଯନ୍ତ୍ରୀ ପଦବୀରେ ନିଯୁକ୍ତି ଦେଇଛନ୍ତି ।. ସେମାନେ ଡିଆର ଡିଏରେ ଜଏନ୍ ହେଲା ପରେ ଜିଲ୍ଲୀ ପାଳ ଡ଼ା .ବୃନ୍ଦା ଡ଼ି ଚିଠି ନ-୩୦୪୯ତା ୧/୦୭/୨୧ରେ ଜିଉଦୟଗିରି ବ୍ଳକର ଯନ୍ତ୍ରୀ. ସୋମେଶ୍ଵରରା ଓ ଙ୍କୁ ଫୁଲବାଣୀବ୍ଲକର ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିବାବେଳେ, କନୂଆଗାଁ ବ୍ଲକର ଯନ୍ତ୍ରୀ ଇଂ ଦୁର୍ଗାପସା ଦ ପଣ୍ଡାଙ୍କୁ ସେହିବ୍ଲକରେ ସହକାରୀ ଯନ୍ତ୍ରୀ, ଓ ଖୋର୍ଦ୍ଧା ଜିଲ୍ଲାର ବୋଲ ଗଡ଼ବ୍ଲକର ଯନ୍ତ୍ରୀ ସଞ୍ଜୟ କୁମାର ରଥଙ୍କୁ ଟିକାବାଲି ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।
ସୂଚନାଯୋଗ୍ୟଯେ ଏ ସବୁ ବ୍ଳକରେ ସହକାରୀ ଯନ୍ତ୍ରୀ ପଦବୀ ଅନେକ ଦିନ ଧରି ଖାଲି ପଡିଥିଲା।
ସେହିପରି ଖଜୁରୀପଡ଼ା ବ୍ଳକ ସହକାରୀ ଯନ୍ତ୍ରୀ ଅବସର ନେବାପରେ ଚକାପାଦ ବ୍ଳକର ସହକାରୀ ଯନ୍ତ୍ରୀ ପଞ୍ଚୁବେହେରା । ଙ୍କୁ ଖଜୁରିପଡ଼ା ବ୍ଲକ୍ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ସେହିପରି ଦାରିଙ୍ଗବାଡି ବ୍ଳକ ସହକାରୀ ଯନ୍ତ୍ରୀ ଅରୁଣ ତ୍ରିପାଠିଙ୍କୁ ରାଇ କିଆ ଓ ଜିଉଦୟଗିରି ବ୍ଲ୍କକ ଅତିରିକ୍ତ ଦାୟୀତ୍ଵ ଦିଆଯାଇଛି ।
ସେହିପରି ବାଲିଗୁଡା ବ୍ଲକରେ ମଧ୍ୟ ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡିଛି ।
ନୂତନ ଭାବେ ଯୋଗଦେଇଥିବା ଫୁଲ ବାଣୀ, କନୂଆଗାଁ ଓ ଟିକାବାଲି ବ୍ଳକ 6ର ଏବେ ଉନ୍ନୟନ କାର୍ଯ୍ୟକୁ ତ୍ବରାନିତ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ ସହକାରୀ ଯନ୍ତ୍ରୀମାନେ।
ତେବେ ଜିଲ୍ଲାରେ ଖାଲି ରହିଥିବା ଅନ୍ୟ ବ୍ଲକଗୁଡିକରେ ମଧ୍ୟ ସହକାରୀ ଯନ୍ତ୍ରୀ ନିଯୁକ୍ତି କରାଗଲେ ଜିଲ ।ରେ ଧିମେଇଯାଇଥିବା ଉନ୍ନୟନ୍ନ ମୂଳକ କାର୍ଯ୍ୟ ସବୁ ତ୍ୱରାନିତ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *