#Breaking News

ଆସନ୍ତା କାଲି ଠାରୁ ରୁ ୧୪ ଯାଏ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ


ଫୁଲବାଣୀ,(ସୁନୀଲପଟନା ୟ କ)
ଆସନ୍ତ । କାଲି ଗୁରୁବାର ୧୧ତାରିଖ ରୁ ୧୪ ତାରିଖ ଯାଏ ଦୀର୍ଘ ୪ ଦିନବ୍ୟାପୀ ଆନ୍ତଃଜିଲ୍ଲା ପୁରୁଷଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ ଓ ଆଗ୍ରହ ଅlନ୍ତରିକତା ଯୋଗୁଁ ଓଡ଼ିଶା ଭଲିବଲ ଏସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ପୁରୁଷ ଭ ଲ୍କିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, ରାଇକିଆ ଓ ଟିକାବାଲି ଠାରେ ଅନୁଷ୍ଠିତ ହେବ।
କ୍ରୀଡା ସଂଘ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ଵରେଏନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ବରୀଷ୍ଠ ଭପସଭାପତି ଡ.ଅରୂପ କୁମାର ଜେନା, ପ୍ରତାପ କୁମାର ପାତ୍ର, ଅଶୋକ ବେହେରା ସଂପାଦକ ଶିବପ୍ରସାଦ ତ୍ରିପ ।ଠି ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତ।
ଉପସ୍ଥିତ ରହି ଖେଳଯେପରି ଶାନ୍ତିଶୃଙ୍ଖଳାର ସହ ବ୍ୟବସ୍ଥିତ ପ୍ରକାରେ ହେବ ସେ ନେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
ଏହି ମ୍ୟାଚରେ ରାଜ୍ୟର୩୦ଟି ଜିଲ୍ଲାର ପୁରୁଷ ଭଲିବଲ ଟିମ ସହିତ ପାରାଦ୍ଵିପ ପୋର୍ଟ, କିଟ , ରେଳବାଇ ଭଳି ଅନେକ ନାମୀଦାମୀ ଟିମ ସୀମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ସମଗ୍ର ୩୪ଟି ଦଳକୁ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି। ବାଲିଗୁଡ଼ା, ଟିକାବାଲି, ରାଇକିଆ ଠାରେ ୩ଟି ଗୁପର ଖେଳ ହେବା ବେଳେ ଆଉ ୩ଟି ଗ୍ରୁପ ଫୁଲବାଣୀଠାରେ ହେବ। ସମସ୍ତ ସେମିଫାଇନାଲ ଓ ଫାଇନାଲ ମେଚ ଫୁଲବାଣୀ କରେ । ନେସନପଡିଆ ଠାରେ ଅନୁଷ୍ଠିତ ହେବ । ଏସବୁ ଖେଳ ଦିବାରାତ୍ର ଅନୁଷ୍ଠିତ ହେବ।
ଏ ସବୁ ସ୍ଥାନରେ ସାଂସଦ ଡ.ଅଚ୍ଯୁତ ସାମନ୍ତ ତାଙ୍କର ନିଜସ୍ଵ ଉଦ୍ୟମରେ ଆଲୋକ ବ୍ୟବସ୍ଥା କରିଛନ୍ତି ।
ଏଥି ସହ ଢ଼ାବା ଭଲିବଲ ପ୍ରତିଯୋଗୀତ । ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ୨୦ଟି ଦଳ ଦ୍ଭାଗନେବେ ।
ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୧୨ଟି, ବୌଦ୍ଧ ଜିଲ୍ଲାରୁ ୩ଟି ଭଞନଗର ୨, ଦଶପଲାରୁ୩,ଟିଦଳ ଅଂଶଗ୍ରହଣ କରିବେ । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଗ୍ରହ, ଆନ୍ତରୀକତା ଓ ଉଦ୍ୟମ ଯୋଗୁ କନ୍ଧମାଳ ପରି ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମ୍ଭବ ହୋଇଛି । ଏଭଳି ରାଜ୍ୟସ୍ତରୀୟଭଲିବଲ ପ୍ରତିଯୋଗୀତା ଜିଲ୍ଲାରେ ପ୍ରଥମକରି ହେଉଥିବାରୁ ଜିଲ୍ଲାବାସୀ, କ୍ରୀଡ଼ାପ୍ରେମୀ, ବୁଦ୍ଧିଜିବୀ ପ୍ରମୁଖ ବେଶ ଖୁସି ବ୍ୟକ୍ତ କରିବା ସହିତ ଖେଳର ମଜା ଉଠାଇବେ ବୋଲି କହିଛନ୍ତି।

Leave a comment

Your email address will not be published. Required fields are marked *