#Exclusive

ମୋ ସରକାରର ମୋ ପୋଲିସ ବ୍ୟବସ୍ଥା, ଗାଡି ଷ୍ଟାର୍ଟ ନହେବାରୁ ଆସାମି କୁ ଚଲାଇ ଚଲାଇ ନେଲା ପୋଲିସ, ସାଧାରଣରେ ଟାହି ଟାପରାର ସମ୍ମୁଖିନ ହେଲା କାନପୁର ପୋଲିସ


ନରସିଂହପୁର (09/02/2020) ସଞ୍ଜୟ ପଟ୍ଟନାୟକ : କଟକ ଜିଲା ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟୀ ଦୁର୍ଗା ପ୍ରସାଦ ହଟିଆପଲ୍ଲୀ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ଘଟଣା ରେ କାନପୁର ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି,

ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହଜାତ କୁ ପଠାଇ ଦିଆଯାଇଛି,ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ପୋଲିସ ଗାଡ଼ି ଆଦୌ ଷ୍ଟାର୍ଟ ନହେବାରୁ ଅଭିଯୁକ୍ତ ଙ୍କୁ ପୋଲିସ ରାସ୍ତାରେ ଚଲାଇ ଚଲାଇ ନେଇଥିଲା, କୋର୍ଟ ରୁ ମାଜିଷ୍ଟ୍ରେଟଙ୍କ ବାସଗୃହ ଯାଇଥିଲେ ପୁଣି କୋର୍ଟ କୁ ଚାଲି ଚାଲି ଆସିଥିଲେ, ମାତ୍ର ଗାଡ଼ି ଷ୍ଟାର୍ଟ ନହେବାରୁ ପୁଣିଥରେ କୋର୍ଟ ରୁ ଜେଲ୍ କୁ ରାଜରାସ୍ଥାରେ ଚଲାଇ ଚଲାଇ ନେଇଥିଲା ପୋଲିସ,ଲୋକେ ସେମାନଙ୍କୁ ଦେଖି ଥଟା ପରିହାଶ ଓ ଟାହି ଟାପରା କରୁଥିବା ଦେଖିବାକୁ ମିଳିଥିଲା, ଏହାକୁ ନେଇ ଏବେ ସରଗରମ ଆଲୋଚନା ହେଉଛି,

ଏହି ଘଟଣା କୁ ସାଧାରଣ ରେ ନାପସନ୍ଦ କରାଯାଉଛି,ଦୀର୍ଘ ଦୁଇ ଘଣ୍ଟା ପରେ ବହୁ କଷ୍ଟରେ ଗାଡ଼ି ଷ୍ଟାର୍ଟ ହୋଇଥିଲା,ଏବଂ କିଛି ନିର୍ଦୋଷ ଙ୍କୁ ପୋଲିସ ଗିରଫ କରି ଥିବା ମଧ୍ୟ ଅଭିଯୋଗ ହୋଇଛି,ଅଭିଯୋଗ ରୁ ପ୍ରକାଶ ଯେ ଗୁରୁବାର ହଟିଆପଲ୍ଲୀ ଗ୍ରାମର ପ୍ରତାପ ଚନ୍ଦ୍ର ନାୟକଙ୍କ ଦୋକାନ ରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା, ଏହି ଘଟଣା ରେ ପୋଲିସ ଶନିବାର ଦିନ ଜଳକେଳି ଗ୍ରାମର ସତ୍ୟନାରାୟଣ ଅମରଦୀପ ନାୟକ, ଆନନ୍ଦ ରାଉତ, ଗାଙ୍ଗୁଲି ବେହେରା ,ପାଇକ ବାରବାଟୀ ଗ୍ରାମର ସୌମ୍ୟ ବେହେରା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି, ମାତ୍ର ଗିରଫ ହୋଇଥିବା ସତ୍ୟ ନାରାୟଣ ଅମରଦୀପ ନାୟକ ସମ୍ପୂର୍ଣ୍ଣ ନିର୍ଦୋଷ ସେ ଜଣେ ବିଜ୍ଞାନ ଛାତ୍ର କୌଣସି ଦୋଷ ନଥାଇ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି,ପୋଲିସ ବିରୋଧରେ ମୁଁ ଆଇନ ର ଆଶ୍ରୟ ନେବି ବୋଲି ଅମର ର ବାପା ରାଜୀବ ନାୟକ ଅଭିଯୋଗ କରିଛନ୍ତି,

ନରସିଂହପୁର କୋର୍ଟ କୁ ଆଣିଥିବା ସମୟ ରେ ପୋଲିସ ଗାଡ଼ି ଟି ଷ୍ଟାର୍ଟ ହୋଇନଥିଲା ଯାହା ଫଳରେ ଅଭିଯୁକ୍ତ ମାନଙ୍କୁ ରାସ୍ତାରେ କୋର୍ଟ,ପ୍ରକାଶ ଯେ ଏହି ଥାନା ଅଧୀନରେ ବାରମ୍ବାର ଚୋରି, ଡକାୟତି, ରାହାଜାନି ଘଟୁଥିଲେ ମଧ୍ୟ ପୋଲିସ କୌଣସି ଚୋର କୁ ଧରିବାରେ ବିଫଳ ହେବା ସହିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି, ମାତ୍ର କିଛି ନିର୍ଦୋଷ ଙ୍କୁ ଧରି ଥାନା ଅଧିକାରୀ ବାହାବା ନେଉଥିବା ଅଭିଯୋଗ ହେଉଛି, ଏହି ଘଟଣା ନିରପେକ୍ଷ ଓ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହେଉଛି।ରାଜ୍ୟ ସରକାର ର୍ ମୋ ସରକାରର ମୋ ପୋଲିସ ବ୍ୟବସ୍ଥା ଇଏ,ଯେଉଁଠି ଥାନା ଗାଡି ଷ୍ଟାର୍ଟ ହୁଏ ନାହିଁ ସେଠି ଅଭିଯୁକ୍ତ ମାନେ ଚାଲିଚାଲି ଯାଆନ୍ତି କୋର୍ଟ,ଏହି ଘଟଣା କେବଳ କଟକ ଜିଲ୍ଲାର ପଛୁଆ ଅଂଚଳ ନରସିଂପୁର ରେ ଦେଖିବାକୁ ମିଳିଥାଏ।
ନରସିଂହପୁରରୁ

Leave a comment

Your email address will not be published. Required fields are marked *