#Uncategorized

ରାଣୀପଥର ସଂରକ୍ଷିତଜଙ୍ଗଲରେ ନିଆଁ ଲଗାଉଥିବାବେଳେ ୨ ଗିରଫ


ଫୁଲବାଣୀ-( ସୁନୀଲ ପଟନାୟକ) ବନବିଭାଗର ବ୍ୟାପକ ସଚେତନତା ସତ୍ୱେ ଫୁଲବାଣୀ ବନଖଣ୍ଡ ଅଧିନ ଜଙ୍ଗଲଗୁଡିକରେ ଲୋକେ ମହୁଲ ,କେନ୍ଦୁପତ୍ର ସଂଗ୍ରହ ପାଇଁ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି । ସେ ନିଆଁ ଚାରିଆଡେ ମାଡି ଯାଇ ବ୍ୟାପକ ହେଉଛି ଯେ ଯେତେ ଲିଭାଇଲେ ମଧ୍ୟ ଥମିବାର ନାଂଧରୁନି । କେତେକ ସ୍ଥାନରେ କିଛି ଖଳ ପ୍ରକୃତିର ଲୋକ ଜାଣି ଶୁଣି ମଧ୍ୟ ନିଆଁ ଲଗାଇ ଦେଉଛନ୍ତି ।
ଗୁରୁବାର ସୁଡ୍ରୁ କୁମ୍ପା 6 ରଂଜ ଅଧିନ ରାଣି ପଥର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଶି ନିଆଁ ଲଗାଇବା ବେଳେ ବନପାଳ ରଞ୍ଜିତ କୁମାର ଆପଟଙ୍କ ନେତୃତ୍ଵରେ ଯାଇଥିବା
ପେଟ୍ରୋଲିଙ୍ଗ ଟି ମ ଗିରଫ କରିଥିଲା। ଗିରଫ ଦୁଇ ଜଣ ଅଭିଯୁକ୍ତମାନେ ପଡୋଶୀ
ବୌଦ୍ଧ ଜିଲ୍ଲା ଆଡ଼େନିଗଡ ଅଞ୍ଚଳର ବୋଲି ବନବିଭାଗ କହିଛି।
ସେମାନଙ୍କ ନାମରେ ମାମଲା ରୁଜ୍ଜ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା କଥା ସୁଡ୍ରୁ କୁମ୍ଫାବନବିଭାଗ 6ରଂଜ ଅଫିସର ଶିଶିର କୁମାର ଝାଙ୍କର କହିଛନ୍ତି ।
ସେହିପରି ଜଙ୍ଗଲରେ ନିଆଁ ନ ଲଗାଇବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକରିବା ପାଇଁ ବନ କର୍ମଚାରୀମାନେ ଗ୍ରାମକୁ ଗ୍ରାମ ବୁଲି ପ୍ରଚାର କରିବା ସହ ସଚେତନତା ସୃଷ୍ଟି କରାଯାଉଥିବା କଥା 6ରଂଜର ଶ୍ରୀ ଝାଙ୍କର କହିଛନ୍ତି ।
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଲାଗି ବନରକ୍ଷୀ, ଠୁ ଆରମ୍ଭ କରି ବନପାଳ ଓ ଜଙ୍ଗଲ ବିଭାଗ ନିଆଁ ଲିଭା ଟିମ ଓ ବନସୁରକ୍ଷା ସମିତି କର୍ମକର୍ତ୍ତ।, ନାରୀ ସଂଘ ଆଦି ରିତିମତ ଲୋକଙ୍କୁ ସଚେତନ କରିବା ସହ ନିଆଁ ଲିଭାକାର୍ଯ୍ୟରେ ଲାଗିଥିବା ଝାଙ୍କର ଆହୁରି କହିଛନ୍ତି ।
ବିଶେଷକରି ବୌଦ୍ଧ ଜିଲ୍ଲା ପଟରୁ ଜଙ୍ଗଲରେ ନିଆଁ ଲାଗି ଆମ ଅଞ୍ଚଳକୁ ମାଡି ଆସୁଥିବା ଫଳରେ ଏ ସବୁ ଜଙ୍ଗଲ ନଷ୍ଟ ହେଉଛି । ତଥାପି ବନ କର୍ମଚାରୀମାନେ ସକ୍ରୀୟ ରହି ଜଙ୍ଗଲ ନି ଆଁ କୁ ଆୟତ କରୁଛନ୍ତି ।
ଆଗାମୀ ଦିନରେ ଏ ସବୁ ଅଞ୍ଚଳରେ ନିଆଁ ଯେପରି ନଲାଗିବ ସେଥିପ୍ରତି ବନ କର୍ମଚାରୀ ଓ ନିଆଁ ଲିଭା ଟିମ ସତର୍କ ଦୃଷ୍ଟି ରଖିଥିବା 6ରଂଜର ଶିଶିର କୁମାର ଝାଙ୍କର କହିଛନ୍ତି ।
ବନ ବିଭାଗ 6ରଂଜର ଶିଶିର କୁମାର ଝାଙ୍କର ଙ୍କ ନିଷ୍ଠାପର ଉଦ୍ୟମ, ଅକ୍ଲାନ୍ତ ପରିଶ୍ରମ, କାର୍ଯ୍ଯ ଦକ୍ଷତା, ସାଙ୍ଗକୁ ସମୟୋଚିତ ପଦକ୍ଷେପ ଯୋଗୁଁ ସୁଡୁରୁକୁମ୍ଫା ଜଙ୍ଗଲ ସୁରକ୍ଷା ହେବ। ସହ ନିଆଁ ଦାଉରୁ ରକ୍ଷା କରାଯାଇପାରିଛି’I

Leave a comment

Your email address will not be published. Required fields are marked *