#Breaking News

ସାମ୍ବାଦିକ ରୋହିତ ଙ୍କ ବିୟୋଗ ରେ ଜାବ ର ଗଭୀର ଶୋକ । ଶହୀଦ ର ମାନ୍ୟତା ସହ ପରିବାର ବର୍ଗ ଙ୍କୁ ଶହୀଦ ପରିବାର ର ସମସ୍ତ ସୁବିଧା ଯୋଗାଇଦେବା କୁ ଦାବୀ


ବରଗଡ଼ : କଳାହାଣ୍ଡି ର ଯୁବ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ବିୟୋଗ ରେ ଜର୍ନାଲିଷ୍ଟ ଏସୋସିଏସସନ୍ ଅଫ ବରଗଡ଼ (ଜାବ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ନସ୍କଲ ଙ୍କ ଦ୍ଵାରା ବିଛା ଯାଇଥିବା ଲେଣ୍ଡ ମାଇନ୍ ଯନ୍ତାରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଶିକାର ହେବା ଆମ ରାଜ୍ୟରେ ପ୍ରଥମ ଘଟଣା।ଏହାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ପଦକ୍ଷେପ ନେବାକୁ ଜାବ ପକ୍ଷରୁ ଦାବୀ କରାଯିବା ସହ ରୋହିତଙ୍କୁ ସହିଦ ସମ୍ମାନ ପ୍ରଦାନ କରିବା ସହ ତାଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୁରଣ ଯୋଗାଇଦେବାକୁ ଦାବି କରିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ରେ ସାମ୍ବାଦିକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଜାବ ର ସଭାପତି ରବି ନାରାୟଣ ପଣ୍ଡା ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *