#Breaking News #Uncategorized

ନିୟମ ଭଲଙ୍ଘନ କରି ଭୋଜି ରାନ୍ଧି ୨୫ ହଜାର ତଣ୍ଡ ଗଣିଲେ


ଫୁଲ ବାଣୀ ,-(ସୁନୀଲପଟନାୟକ)
ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୨୫ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ଓ ବସ ମାଲିକ ।
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ବ୍ଳକର ଶ୍ରୀରାମପୁର ପଞ୍ଚାୟତରେ ।
କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ପ୍ରୋସେସନ,ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ମଧ୍ୟଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ କୋଟଗଡତହସିଲଦାର ଲକ୍ଷ୍ମୀଧର ସାମଲ . ଓ ଥାନା ଅଧିକ।ରୀ ଧୀରଜ କୁମାର ଲେଙ୍କାଙ୍କ ନେତୃତ୍ବରେ ପୋଲିସ ଟିମ ମିଳିତଭାବେ ଚଢାଉ କରି ସେଠାରେ ଭୋଜି ଚାଲିଥିବା ଦେଖିଥିଲେ । ଏନେଇ ତହସିଲଦାର ସାମଲ ସମସ୍ତଙ୍କୁ ତାଗିଦ କରିବା ସହ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଜରିମାନ । ଆଦାୟ କରିଥିଲେ । ବସ ମାଲିକଙ୍କଠାରୁ ୧୦ ହଜାର, କନ୍ୟାପିତାଙ୍କଠାରୁ ୧୦ ହଜାର ଓ ବରପିତାଙ୍କଠାରୁ ୫ ହଜାର ଏପରି ମୋଟ୨୫ ହଜାର ଟଙ୍କା ଜରିମାନ । ଆଦାୟ କରିଥିଲେ। ପୋଲିସ ଓପ୍ରଶାସନର ଏତେ ସଚେତନତା ସତ୍ଵେ କିଛି ଅମାନିଆ ଲୋକେ କୋଭିଡ଼ନିୟମକୁ ଉଲଙ୍ଘନ କରୁଛନ୍ତି ଫଳରେ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି କୋଟଗଡ଼ତହସିଲଦାର ଲକ୍ଷ୍ମୀ ଧର ସ।ମଲ କହିଛନ୍ତି ।

ସେହିପରି ଲୋକଙ୍କୁ ବାହାରକୁ ବାହାରିଲେ ସର୍ବଦା ମI ସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା ଲାଗି ପରାମର୍ଶ ଦିଆଯାଉଛି । ଲୋକେ ସରକାରଙ୍କ କୋଭିଡ଼ନିୟମ କୁ ପାଳନ କଲେ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବା ସହ କରେ । ନା ସଂକ୍ରମଣ ନିୟନ୍ତ୍ରଣରେ ରହିବ।
ଏଣୁ କୋଟ ଗଡ଼ ର ସମସ୍ତ ଜନସାଧାରଣ କରେ । ନାକଟକଣା ମାନି ପ୍ରଶାସନକୁ ସହଯୋଗ କରିବାପାଇଁ ବିଡିଓ କୈଳାସ ଚନ୍ଦ୍ରମୁର୍ମୁ ଓ ତହସିଲଦାର ଲକ୍ଷ୍ମୀଧରବେହେରା ଓ ଥାନା ଅଧିକାରି ଧୀରଜ କୁମାର ଲେଙ୍କା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ଼ନିୟମନାମାନିଲେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତ ବନୀ ଦେଇଛନ୍ତି ।

Leave a comment

Your email address will not be published. Required fields are marked *