#Uncategorized

ବରଗଡ଼ ରେ ଭାଜପାର କୃଷକ ସମାବେଶ ଅନୁଷ୍ଠିତ


ବରଗଡ଼: ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶ ର
ଆୟୋଜିତ ହୋଇଯାଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ ସ୍ତରରୁ କୃଷକ ମାନଙ୍କୁ ଅବଗତ କରାଇବା ସହ ଏଥିରେ ଥିବା ସ°ସ୍କାର ନିଶ୍ଚିତ ଭାବେ କୃଷକ ଭାଇ ଭଉଣୀ ମାନଙ୍କ ସମୃଦ୍ଧ,ସଶକ୍ତ ଏବ° ଆତ୍ମ ନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ। ନୂତନ କୃଷି ଆଇନର ସମର୍ଥନ ପାଇଁ କର୍ମୀ ମାନେ ନିଜ ଅଞ୍ଚଳ ର ଚାଷୀ ଙ୍କୁ ଅବଗତ କରାଇବାକୁ ଆହ୍ବାନ କରିଥିଲେ। ଏଥିରେ ପଶ୍ଚିମ ଓଡ଼ିଶା ର ସମସ୍ତ ଜିଲ୍ଲା ରୁ ହଜାର ହଜାର କର୍ମୀ ଏକତ୍ରିତ ହୋଇଥିଲେ। ସମାବେଶ ରେ ବରଗଡ଼ ସା°ସଦ ସୁରେଶ ପୂଜାରୀ, କଳାହାଣ୍ଡି ସା°ସଦ ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ,ଲୁଇସି°ହା ବିଧାୟକ ମୁକେଶ ମହାଲିଙ୍ଗ, ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସୋନପୁର ଜିଲ୍ଲା ନେତା ବଲଦେବ ବେଦବାକ୍ ପ୍ରମୁଖ ମଞ୍ଚାସୀନ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *