#Breaking News

ଆମ୍ବୁଲାନ୍ସ କାଦୁଅରେ ଫସିଗଲା, ଛଟପଟ ହୋଇ ରୋଗୀର ପ୍ରାଣ ଗଲା


ଫୁଲବାଣୀ(ସୁନୀଲ ପଟନାୟକ )
ଫୋନ କଲ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁ କୁ ଯାଇପାରିଲାନି l କାଦୁଅ ରେ ଫସିଗଲା lଫଳରେ ଛଟ ପଟ ହୋଇ ରୋଗୀ ର ପ୍ରାଣ ଗଲା l
ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଦୁଲି ଖମାର ଗ୍ରାମରେ l
ଏହି ଗ୍ରାମରେ ମହେନ୍ଦ୍ରାବଗର୍ତ୍ତୀ ନାମକ ଜଣେ ଵ୍ୟକ୍ତି ଏକାକୀ ରହୁଥିଲେ l ତେବେ ଗତକାଲି ରବିବାର ତାଙ୍କ ଅବସ୍ଥା ହଟାତ ଗୁରୁତର ହୋଇଗଲା lଗ୍ରାମବାସୀ108 ଆମ୍ବୁଲାନ୍ସ କୁ ଫୋନକଲେ ଆଉ ଆମ୍ବୁଲାନ୍ସ ବି ଆସିଗଲା ଠିକ ସମୟରେl ହେଲେ ବର୍ଷା ଦାଉ ସାଧିଲା l ବର୍ଷା ଫଳରେଗାଁ ମୁଣ୍ଡ ରୁ ଆରମ୍ଭ ମାଟି ରାସ୍ତା କାଦୁଅ ସର ସର ହୋଇଗଲା l
ଆମ୍ବୁଲାନ୍ସ ଯାଇପାରିଲାନି lଆଉ ଗୋଟିଏ ଗାଡ଼ି ବି କାଦୁଅରେ ଫସିରହିଥିଲା l ଏଭଳି ଅବସ୍ଥାରେ ମହେନ୍ଦ୍ର ଘରେ ଛଟ ପଟ ହୋଇ ପ୍ରାଣ ତ୍ୟାଗ କରିଥିଲେ l
ଫଳରେ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ଗ୍ରାମ କୁ ସ୍ଥାୟି ପକ୍କା ରାସ୍ତା ନିର୍ମାଣ କରିବା କୁ ଦାବୀ କରିଛନ୍ତିl

Leave a comment

Your email address will not be published. Required fields are marked *