#Breaking News

ବରଗଡ଼ ଟାଉନ କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ


ବରଗଡ଼ ୫/୧୦(ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ଦଫା ଦାବି ରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୪ ଦଫା ଦାବି ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜ ର ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବା,‌ହଲଦୀପିଲି ଛକରୁ ବିକାଶ ସ୍ଲୁଲ ଛକ ପର୍ଯ୍ୟନ୍ତ ନିର୍ମାଣଧିନ କାର୍ଯ୍ୟ ର ତଦାରଖ କରି ନିମ୍ନମାନର କାମ କୁ ଠିକ୍ କରିବା,ସହର ମଧ୍ୟରେ ରାସ୍ତା ର ମରାମତି କାର୍ଯ୍ୟ କରିବା ଆଦି ରହିଥିଲା। ଟାଉନ କଂଗ୍ରେସ ସଭାପତି ସୁଧି ରଞ୍ଜନ ଜେନା ଏବଂ ନିପନ ଦାଶ ଙ୍କ ନେତୃତ୍ବରେ କଂଗ୍ରେସ ଦଳର କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।ପରେ ଏକ ଦାବି ପତ୍ର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *