#Breaking News #Uncategorized

ପଶ୍ଚିମବଙ୍ଗ ନିର୍ବାଚନ ହିଁସା ବିରୋଧରେ ବିଜେପିର ୨ ଘଣ୍ଟିଆ ଅନଶନ


ଫୁଲବାଣୀ- (ସୁନୀଲ ପଟନାୟକ) ନିର୍ବାଚନ ସରିବାପରେ ପଶ୍ଚିମବଙ୍ଗରେ ଟି.ଏମ.ସି.ର‌ କାର୍ଯ୍ୟକର୍ତ୍ତା ନଵ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋତ୍ସାହନରେ ଭାରତୀୟ ଜନତା ପାର୍ଟିର କର୍ମୀ ତଥା ସାଧାରଣ ଲୋକଙ୍କୁ ମାରପିଟ, ଧର୍ଷଣ, ହତ୍ୟା, ଓ ଘରପୋଡି ଇତ୍ୟାଦି କରୁଥିବା ଅଭିଯୋଗ କରିଛି ବିଜେପି।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏସବୁ ଆଦୌ ଶୋଭନୀୟ ନୁହେଁ ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରା ବଜାୟ ରହିବା ଆବଶ୍ୟକ ।
ଏହି ଅମାନବୀୟ କାର୍ଯ୍ୟକଳାପକୁ ବିରୋଧ କରି ସାରା ଭାରତରେ ଆଜି ଭାରତୀୟ ଜନତା ପାର୍ଟିର ନେତୃ ସ୍ଥାନୀୟ ବ୍ୟକ୍ତିମାନେ ନିଜ ନିଜ ଘରେ ରହି ବିରୋଧ ପ୍ରଦର୍ଶନ କରିଥିଲେ।
ଏହି ପ୍ର ରିପେକ୍ଷୀରେ କନ୍ଧମାଳ ଜିଲ୍ଲାରେ ସମସ୍ତ ବିଜେପି ନେତୃ ମଣ୍ଡଳୀ ସକାଳ ୧୦ ଟାରୁ ୧୨.୦୦ ଘଣ୍ଟିକା ପର୍ଯ୍ୟନ୍ତ ଅନସନରେ ବସିବା ସହିତ ପ୍ଲା କାର୍ଡ ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ବାଲିଗୁଡ଼ାରେ ବିଜେପି ଜିଲା ସଭାପତି ଜଗନ୍ନାଥ ସାହୁ ବାସଭବନରେ ଅନଶନ୍ କରି ହାତରେ ପ୍ଲାକାର୍ଡ ଧରି ବିରୋଧ କରିଥିବାବେଳେ, ଫୁଲ ବାଣୀଠାରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଦେବ ନାରାୟଣ ପ୍ରଧାନ, ପୁର୍ବତନ ବିଧାୟକ କରେନ୍ଦ୍ରମାଝି, ସାଧାରଣ ସଂପାଦକ ବିରେନ୍ଦ୍ରକୁ ଦେଇ, ମାନଗୋବିନ୍ଦ ପ୍ରଧାନ, ପ୍ରମୁଖ ନିଜନିଜ ବାସଭବନରେ ଅନଶନରେ ବସିଥିଲେ ।

Leave a comment

Your email address will not be published. Required fields are marked *